ଗ୍ରିଲ୍‌ ତାଡ଼ି ୧ ଲକ୍ଷ ୪୦ ହଜାର ଚୋରି

କେନ୍ଦୁଝର: ୪ ମୁଖାପିନ୍ଧା ଲୁଟେରା ଦୁଇଦିନ ତଳେ କେନ୍ଦୁଝର ବଳଦେବଜିଉ କଲୋନିର ଦୁଇଟି ଘରୁ ଚୋରି କରିଥିଲେ। ଆଜି ପୁଣି ଆଉଜଣଙ୍କ ଘରୁ ୧ ଲକ୍ଷ ୪୦ ହଜାର ଟଙ୍କା ଚୋରି ହୋଇଛି। ଏନେଇ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ, ୨୫ ତାରିଖ ରାତିରେ ଝରକା ଗ୍ରିଲ୍‌ ତାଡ଼ି ଲେନ୍‌ ନମ୍ବର -୬ ଏବଂ ଲେନ୍‌ ନମ୍ବର-୭ର ଦୁଇଜଣଙ୍କ ଘରୁ ଚୋରି ହୋଇଥିଲା। ସେହିଦିନ ରାତିରେ ଲେନ୍‌ ନମ୍ବର ୮ର ସନ୍ତୋଷ କମାର ଲେଙ୍କାଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି।

୨୪ ତାରିଖରେ ଆର୍‌ଡେଣ୍ଟ ଷ୍ଟିଲରେ କାମ କରୁଥିବା ପ୍ଲାଣ୍ଟ ମୁଖ୍ୟ ସନ୍ତୋଷ କୁମାର ଲେଙ୍କା ଛତିଆସ୍ଥିତ ନିଜ ଘରକୁ ଯାଇଥିଲେ। ଗତକାଲି ରାତି ସାଢ଼େ ୧୦ଟାବେଳେ ସେ କେନ୍ଦୁଝରସ୍ଥିତ ଘରକୁ ଫେରିଥିଲେ। ଘର ଭିତର ପଟୁ ବନ୍ଦ ଥିଲା। ଝରକା ଗ୍ରିଲ୍‌ ତାଡ଼ି ଦୁର୍ବୃତ୍ତମାନେ ଘରେ ପଶି ଆଲମିରା ଭାଙ୍ଗି ୧ ଲକ୍ଷ ୪୦ ହଜାର ଟଙ୍କା ଚୋରି କରିଥିବା ଜଣାପଡ଼ିଛି। ଏନେଇ ସେ ଟାଉନ ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର