ଫୁଲବାଣୀ: ପୁଣି ଥରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳି ବିନିମୟ ହେବା ଫଳରେ ଆଉଜଣେ ମାଓବାଦୀ ନିହତ ହେଶଇଥିବାର ଖବର ମିଳିଛି।
ନିହତ ମାଓବାଦୀ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ବୋଲି ଜଣାପଡ଼ିଛି। ଏଥି ସହ ବିପୁଳ ପରିମାଣର ମାଓସାମଗ୍ରୀ ମଧ୍ୟ ଜବତ ହୋଇଛି। ଏବେ ବି ସିର୍ଲା ଅଞ୍ଚଳରେ ଏସଓଜି ଓ ଡିଭିଏଫ ଯବାନ ମିଳିତ ଭାବେ କୁମ୍ୱିଂକୁ ଜୋରଦାର ଚଳାଇଥିବା ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଯୋଗ୍ୟ, ଜୁଲାଇ ୫ ତାରିଖରେ ତୁମୁଡ଼ିବନ୍ଧ ନିକଟ ସିର୍ଲା ଜଙ୍ଗଲରେ ଯବାନଙ୍କ ସହ ଗୁଳି ବିନିମୟରେ ୪ ଜଣ କେକେବିଏନ୍ ଡିଭିଜନ୍ର ହାର୍ଡ଼କୋର୍ ତଥା କ୍ୟାଡର୍ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ମାଓବାଦୀ ରହିଥିଲେ। ସେଠାରୁ ପୁଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିବା ବେଳେ କମ୍ବିଂ ଅପରେସନ୍କୁ ଜୋର୍ଦାର୍ କରାଯାଇଥିଲା।
ଏସ୍ଓଜି ଓ ଡିଭିଏଫ୍ ଯବାନମାନେ ସିର୍ଲା ଜଙ୍ଗଲରେ କମ୍ବିଂ ଅପରେସନ୍ କରୁଥିବାବେଳେ ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହାର ଜବାବରେ ଏସ୍ଓଜିଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ଉଭୟ ପକ୍ଷ ମଧ୍ୟରେ ଘଣ୍ଟାଏ କାଳ ଗୁଳି ବିନିମୟ ହୋଇଥିଲା।
ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଆଡ଼କୁ ପଳାଇଥିଲେ। ସେଠାରୁ ୪ଟି ବନ୍ଧୁକ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଥିଲା। ଆଉ କ୍ୟାମ୍ପ୍ଠାରୁ କିଛି ଦୂରରେ ୪ ଜଣ ହାର୍ଡ଼କୋର୍ ମାଓବାଦୀ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ସେହିପରି କେରାବାଲି ଓ କ୍ଲାଉଡଙ୍ଗା ଅଞ୍ଚଳରେ ମଧ୍ୟ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଥିଲା। ଏହି କ୍ୟାମ୍ପରେ ୩୫ରୁ ୪୦ ମାଓବାଦୀ ଥିଲେ। ଜବତ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ମଧ୍ୟରେ ୩ଟି ଏସ୍ଏଲ୍ଆର୍, ଗୋଟିଏ ଇନ୍ସାସ୍ ରାଇଫଲ୍, ୫ଟି ସୋଲାର ପ୍ଲେଟ୍, ୪ଟି ରେଡିଓ ସେଟ୍, ୧୧ଟି ଛତା, ଗୋଟିଏ ୧୨ ଭୋଲ୍ଟର ବ୍ୟାଟେରି, ୫ଟି ୱାଟର ଜାର୍, ବିପୁଳ ପରିମାଣର ଔଷଧ, ଡାଇବେଟିସ୍ ଟେଷ୍ଟିଂ କିଟ୍, ବିଦ୍ୟୁତ ତାର, ମାଓ ପୁସ୍ତିକା, ୱାକିଟକି, ଇନଭର୍ଟର ଓ ଅନ୍ୟାନ୍ୟ ବୈଦ୍ୟୁତିକ ସରଞ୍ଜାମ ରହିଥିଲା।