କୋଭିଡ ୧୯ କଟକଣା: ପାରୋଲରେ ଆସିଲେ କଏଦୀ

ଖୋର୍ଦ୍ଧା: କୋଭିଡ ମହାମାରୀରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିଦେ୍ର୍ଦଶାନୁସାରେ ଖୋର୍ଦ୍ଧା ସବ୍-ଜେଲର ଜଣେ କଏଦୀଙ୍କୁ ପାରୋଲରେ ଛଡ଼ାଯାଇଛି । ଲକଡାଉନ ପ୍ରଥମ ପର୍ଯ୍ୟାୟରେ ଜେଲରେ ସଂକ୍ରମଣକୁ ସୀମିତ କରିବାକୁ କେତେକ ବିଚାରାଧୀନ କଏଦୀଙ୍କୁ ପାରୋଲରେ ଛାଡ଼ିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦେଶ ଦେଇଥିଲେ । ନିର୍ଦେଶାନୁସାରେ, ଯେଉଁ ଜେଲରେ ନିର୍ଦ୍ଧାରିତ କ୍ଷମତା ଠାରୁ ଅଧିକ କଏଦୀ ଅଛନ୍ତି ସେହି ଜେଲରେ ଭିଡ଼ କମାଇବା ପାଇଁ କିଛି ବିଚାରାଧୀନ କଏଦୀଙ୍କୁ ପାରୋଲରେ ଛାଡ଼ାଯିବ । ଏଥିପାଇଁ କଏଦୀର ବୟସ ୬୫ବର୍ଷରୁ ଅଧିକ, ପୂର୍ବରୁ ପାରୋଲରେ ଯାଇ ଶୃଙ୍ଖଳାର ସହ ପୁଣି ଜେଲକୁ ଫେରିଥିବା ଆଦି କେତେକ ନିୟମ ନିର୍ଦ୍ଧାରଣ କରାଯାଇଥିଲା । ଏହି ନିୟମାନୁସାରେ, ଖୋର୍ଦ୍ଧା ସବ୍ ଜେଲ ପକ୍ଷରୁ ଜଣେ କଏଦୀଙ୍କୁ ପାରୋଲରେ ଛଡ଼ାଯାଇଛି ।

ଜେଲର ଓ ସୁପରିଟେଣ୍ଡେଣ୍ଟ୍ କୃଷ୍ଣଚନ୍ଦ୍ର ରାଉତ କହିଛନ୍ତି ଯେ, ଜେଲରୁ ୨ଜଣ କଏଦୀଙ୍କ ନାମ ସୁପାରିଶ କରାଯାଇଥିଲା । ଏହା ମଧ୍ୟରୁ ଜଣେ କଏଦୀଙ୍କ ନାମକୁ ବାଦ୍ ଦିଆଯାଇ ଅନ୍ୟ ଜଣେ କଏଦୀଙ୍କୁ ଛଡ଼ାଯାଇଥିଲା । ତେବେ ଲକଡାଉନ ଅବଧି ପୁଣି ବୃଦ୍ଧି ପାଇବାରୁ ସମ୍ପୃକ୍ତ କଏଦୀଙ୍କ ପାରୋଲ୍ ସୀମା ମଧ୍ୟ ମେ ୩ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ସେ ପରବର୍ତୀ ଅର୍ଥାତ୍ ମେ ୪ ତାରିଖରେ ଜେଲକୁ ଫେରିବେ ।

ଏହା ସହ ସେ କହିଛନ୍ତି ଯେ ଜେଲରେ ଭିଡ଼ ନାହିଁ । ବର୍ତମାନ ୧୬୦ଜଣ କଏଦୀ ଅଛନ୍ତି । କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସେମାନଙ୍କ ସ୍କ୍ରିନିଂ ଓ କାଉନ୍ସିଲିଂ କରାଯିବା ସହ ସାନିଟାଇଜର ଓ ମାସ୍କ ଦିଆଯାଇଛି । ଜେଲ୍ ପରିସରକୁ ନିୟମିତ ଭାବେ ସାନିଟାଇଜ୍ କରାଯାଉଛି ।

ସମ୍ବନ୍ଧିତ ଖବର

Comments are closed.