ସୋନପୁର: ସୋନପୁର ଅବକାରୀ ବିଭାଗ ୧ କ୍ବିଣ୍ଟାଲ ୫ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଟୁ ଏକ କାର୍ (ଓଡି–୦୨–ଏଫ୍–୪୨୩୩)ରେ ସୋନପୁର ବିନିକା ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ସୋନପୁର ଅବକାରୀ ବିଭାଗ ଧଉରାଖମନ ଟୋଲଗେଟ ନିକଟରେ ଚଢ଼ଉ କରି ଉକ୍ତ କାରକୁ ଧରିଥିଲେ। ଯାଞ୍ଚ ସମୟରେ ସେହି କାର ମଧ୍ୟରୁ ୧ କ୍ବିଣ୍ଟାଲ ୫ କେଜି ଗଞ୍ଜେଇ ବାହାରିଥିଲା।

Advertisment

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ ବରଗଡ଼ ଜିଲ୍ଲା ବରଗଡ଼ ଥାନା ଟାଙ୍ଗରପାଲି(ନାଗେନପାଲି) ଗ୍ରାମର ସୁନୀଲ ସାହୁ(୩୧) ଏବଂ ବରଗଡ଼ ଥାନା ଖଲିଆପାଲି ଗ୍ରାମର ପ୍ରୀତମ ସିଂହ(୩୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଦୁଇ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅବକାରୀ ଏସପି ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶରେ ତଥା ଅବକାରୀ ଇନ୍ସପେକ୍ଟର ପ୍ରକାଶ ସା’ଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିବା ବେଳେ ଏଥିରେ ଏସଆଇ ସୁଧୀର ମିଶ୍ର, ଏସଆଇ ବଲବୀର ଗଡ଼ନାୟକ, ଏଏସଆଇ ପୃଥ୍ବୀରାଜ କହଁର, ଏଏସଆଇ, ଡୋଳାମଣି ପ୍ରଧାନ, ଏଏସଆଇ ପିଣ୍ଟୁ ସାହୁ ପ୍ରମୁଖ ସାମିଲ ଥିଲେ।