ସମ୍ବଲପୁର: କ୍ଷେତରାଜପୁର ପୁଲିସ ଶନିବାର ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। କ୍ଷେଚରାଜପୁର ଥାନା କଦମପଡ଼ା ଠାରେ ସନ୍ଦେହ ଜନକ ଅବସ୍ଥାରେ ଏକ ପିକ୍ଅପ୍ ଭ୍ୟାନ୍(ଓଡି ୦୩ ଏସ୍ ୪୬୫୯) ଥିବା ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସୂଚନା ପାଇବା ପରେ କ୍ଷେତରାଜପୁର ପୁଲିସ ଉକ୍ତ ଅଞ୍ଚଳରେ ପହଞ୍ଚି ଖୋଜାଖୋଜି କରିଥିଲା। ଏକ ବୁଦା ଅଞ୍ଚଳରେ ଉକ୍ତ ଗାଡ଼ିଟି ଲୁଚା ଯାଇଥିଲା। ଗାଡ଼ିରୁ ଗ଼ଞ୍ଜେଇର ଗନ୍ଧ ବାହାରୁଥିଲା। ଏହାପରେ ପୁଲିସ ସମ୍ବଲପୁର ଅତିରିକ୍ତ ତହସିଲଦାର ସରୋଜା ବେହେରାଙ୍କ ଉପସ୍ଥିତିରେ ଗାଡ଼ିର ଯାଞ୍ଚ କରିଥିଲା।
ଉକ୍ତ ଗାଡ଼ିରୁ ୫ଟି ପ୍ଲାଷ୍ଟିକ୍ ବସ୍ତା ଓ ୧୫ଟି ପ୍ଲାଷ୍ଟିକ୍ ବାସ୍କେଟ୍ରୁ ୧ କ୍ବିଣ୍ଟାଲ୍ ୧୦ କିଲୋ ୨୫୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା। ଏହା ସହିତ ପୁଲିସ ଉକ୍ତ ପିକ୍ଅପ୍ ଗାଡ଼ିକୁ ଜବତ କରିଥିଲା। ତେବେ ଗାଡ଼ି ଚାଳକକୁ ଧରିବାରେ ପୁଲିସ ବିଫଳ ହୋଇଛି। ଅନ୍ୟପଟେ କେଉଁଠାରୁ ଗଞ୍ଜେଇ ଧରି ଗାଡ଼ିଟି କୁଆଡ଼େ ଯାଉଥିଲା ତାହା ମଧ୍ୟ ଜଣାପଡ଼ିନାହିଁ। କ୍ଷେତରାଜପୁର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ନମ୍ବର ପ୍ଲେଟ୍ରେ ଚଞ୍ଚକତା
ପୁଲିସ ଯଦିଓ ଗଞ୍ଜେଇ ଜବତ କରିଛି, ତେବେ କୌଣସି ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ରହିଛି। ଅପରାଧୀ ପାଖରେ ପହଞ୍ଚିବା ପାଇଁ ପୁଲିସ ଗାଡ଼ିର କାଗଜପତ୍ର ଯାଞ୍ଚ କରିବା ବେଳେ ଏକ ଚଞ୍ଚକତା ସାମ୍ନାକୁ ଆସିଥିଲା। ଗାଡ଼ିରେ ଲାଗିଥିବା ନମ୍ବର ପ୍ଲେଟ୍ରେ ଓଡି ୦୩ ଏସ୍ ୪୬୫୯ ଲେଖା ଥିଲା। କିନ୍ତୁ ଯାଞ୍ଚ ବେଳେ ତାହା ଫେକ୍ ନମ୍ବର ବୋଲି ଜଣାପଡ଼ିଥିଲା। ତେବେ ପୁଲିସ ବର୍ତ୍ତମାନ ଟାଟା ଯୋଦ୍ଧା ପିକ୍ଅପ୍ ଗାଡ଼ିର ଇଞ୍ଜିନ୍ ନମ୍ବର ୨୫୨୭୦୧୧୫୦୨୩୮ ଓ ଚେସିସ୍ ନମ୍ବର ଆର୍ଵାଇ୭୦୯୯୯୬ଏଡବ୍ଲୁଏସ୍ସିଆର୍ଏଚ୍ଡି) ଆଧାରରେ ଯାଞ୍ଚ ଆରମ୍ଭ କରୁଥିବା ଜଣାପଡ଼ିଛି। ଗାଡ଼ିର ସଠିକ୍ ତଥ୍ୟ ପାଇଁ ଆର୍ଟିଓଙ୍କୁ ପୁଲିସ ନିବେଦନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/୧୪-2.jpg)