କେନ୍ଦୁଝର : କେନ୍ଦୁଝର ସହରର ଡେଲି ମାର୍କେଟରେ ଥିବା ମୁକ୍ତାର ଅହମ୍ମଦଙ୍କ ବାସନ ଦୋକାନରେ ୨୦୦୭ ମସିହା ଜୁଲାଇ ୧୯ ତାରିଖରେ କିଛି ଅସାମାଜିକ ବ୍ୟକ୍ତି ପଶି ଖଣ୍ଡା, ଭୁଜାଲିରେ ଦୋକାନ କର୍ମଚାରୀ ନିରୁ ଜେନାଙ୍କୁ ଆକ୍ରମଣ କରି ଚାନ୍ଦା ମାଗିଥିଲେ। ଏନେଇ ମୁକ୍ତାର ଅହମ୍ମଦଙ୍କ ଭାଇ ଗୁଲାମ ସରବରାଇନ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ୧୦ଜଣଙ୍କୁ ଗିରଫ କରିଥିଲା। ମାମଲାର ବିଚାର କରି ଆଜି ସ୍ପେଶାଲ ଜଜ୍ ବେଣୁଧର ପାତ୍ର ଅଭିଯୁକ୍ତମାନଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ରାଜୁ ସୋନକର, ଏସାନ ଖାନ୍, ତେହେସାନ ଖାନ୍, ବାବୁ ଖାନ୍, ଯୋଗେନ୍ଦ୍ର ଦାସ, ଟଙ୍କଧର ମହାନ୍ତ, ସତ୍ୟ ନାଥ, କାଣ୍ଡି, ଅଫତାଭ ଆଲାମ ଏବଂ ସନ୍ତୋଷ ମଲ୍ଲିକ। ସମସ୍ତଙ୍କ ଘର କେନ୍ଦୁଝର ସହରସ୍ଥିତ ମାଗୁରଗାଡ଼ିଆ ଓ ବୁଲାଦ୍ବାର ସାହିରେ ବୋଲି ଜଣାପଡ଼ିଛି। ଦଣ୍ଡାଦେଶ ପରେ ସେମାନଙ୍କୁ ଜାମିନ ମିଳିଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ରାଜକିଶୋର ଭୂୟାଁ ମାମଲା ପରିଚାଳନା କରୁଥିଲେ।
ଦୋକାନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା : ୧୦ ଅଭିଯୁକ୍ତଙ୍କୁ ୩ ବର୍ଷ ଦଣ୍ଡାଦେଶ
/sambad/media/post_attachments/wp-content/uploads/2019/08/jail-bk-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)