ଭୁବନେଶ୍ୱର : ରାଜ୍ୟର ୧୦ଟି ଇଏସ୍ଆଇ ହସ୍ପିଟାଲ୍କୁ ୧୦ଟି ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ସେହି ହସ୍ପିଟାଲ୍ଗୁଡ଼ିକ ଭୁବନେଶ୍ୱର, ରାଉରକେଲା, କାଂସବାହାଲ, ରାଜଗାଙ୍ଗପୁର, ଝାରସୁଗୁଡ଼ା, ହୀରାକୁଦ, ଅନୁଗୁଳ, ଚୌଦ୍ୱାର, ଜେ.କେ.ପୁର, ଜଗତ୍ପୁରରେ ଅବସ୍ଥିତ। ଆଜି ଭୁବନେଶ୍ୱରର ୮ ନମ୍ବର କର୍ମଚାରୀ ରାଜ୍ୟବୀମା ନିର୍ଦେଶାଳୟ ପରିସରରେ ୧୦ଟି ଆମ୍ବୁଲାନ୍ସକୁ ଶ୍ରମ, କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ସୁଶାନ୍ତ ସିଂହ ଲୋକାର୍ପିତ କରିଥିଲେ। ଏହି ଅବସରରେ ବିଭାଗୀୟ ପ୍ରମୁଖ ସଚିବ ଅନୁ ଗର୍ଗ, ଅତିରିକ୍ତ ସଚିବ ସୁଧାକର ବର୍ଗୀ, ରାଜ୍ୟବୀମା ଆଞ୍ଚଳିକ ନିର୍ଦେଶକ ଗୌରହରି ଦାସ, ରାଜ୍ୟ ମେଡିକାଲ୍ କମିସନର ଡା. ଜୟନ୍ତୀ ବେହେରା ପ୍ରମୁଖ ଉପସ୍ଥିତି ଥିଲେ।
୧୦ଟି ଇଏସ୍ଆଇ ହସ୍ପିଟାଲ୍କୁ ୧୦ଟି ଆମ୍ବୁଲାନ୍ସ ଦିଆଗଲା
/sambad/media/post_attachments/wp-content/uploads/2018/03/ambulance-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)