ଭୁବନେଶ୍ବର: ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ବି କେତେକ ସ୍ଥାନରେ ବର୍ଷା ହୋଇଛି। ବୌଦ୍ଧରେ ସର୍ବାଧିକ ୩ମିମି ବର୍ଷା ହୋଇଛି। ଯାହାର ପ୍ରଭାବରେ ରାଜ୍ୟର ତାପମାତ୍ରା ୪୦° ଛୁଇଁନାହିଁ। ପାରଳାଖେମୁଣ୍ଡିରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୫° ରେକର୍ଡ କରାଯାଇଛି। ଏହାସହିତ ୧୦ଟି ସହରରେ ତାପମାତ୍ରା ୩୭° ଉପରେ ରହିଛି। ବାରିପଦାରେ ୩୯° ରହିଥିବା ବେ‌ଳେ ଚାନ୍ଦବାଲିରେ ୩୮.୬°, ଭୁବନେଶ୍ବରରେ ୩୮.୪°, ନୟାଗଡ଼ରେ ୩୮°, ଭଦ୍ରକରେ ୩୭.୮°, କୋରାପୁଟରେ ୩୭.୬°, ବାଲେଶ୍ବରରେ ୩୭.୨°, ତାଳଚେର ଓ କଟକରେ ୩୭° ଲେଖାଏଁ ରହିଛି। ଦିନର ନ୍ୟୁନତମ ତାପମାତ୍ରା ଫୁଲବାଣୀରେ ୩୧.୫° ରେକର୍ଡ କରାଯାଇଛି। ବରଗଡ଼ରେ ସର୍ବାଧିକ ଆର୍ଦ୍ରତା ୯୧ ପ୍ରତିଶତ ଓ ନୂଆପଡ଼ାରେ ସର୍ବନିମ୍ନ ଆଦ୍ରର୍ତା ୩୦ ପ୍ରତିଶତ ରେକର୍ଡ କରାଯାଇଛି।

Advertisment

୧୪ ତାରିଖରୁ ପୁଣି ତାତି ବଢ଼ିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଓଡ଼ିଶାର କିଛି ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ବିଶେଷକରି ମାଲକାନଗିରି, କୋରାପୁଟ, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ, କଟକ, ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ ଓ ନୟାଗଡ଼ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାର ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କୋରାପୁଟ, କନ୍ଧମାଳରେ ତାପମାତ୍ରା ୪୧ରୁ ୪୩° ଛୁଇଁବା ସମ୍ଭାବନା ରହିଥିବାରୁ ପ୍ରବଳ ଗରମ ଅନୁଭୂତ ହେବାନେଇ ପୂର୍ବାନୁମାନ କରାଯାଇଛି। ୩ରୁ ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଯଥା ଗଞ୍ଜାମ, ଜଗତସିଂହପୁର ପ୍ରଭୃତି ଜିଲ୍ଲାରେ ଉଷ୍ମଆର୍ଦ୍ର ସ୍ଥିତି ଜାରି ରହିବ ବୋଲି ଆକଳନ କରାଯାଇଛି। ଆଗାମୀ ୫ ଦିନ ପାଇଁ ଭୁବନେଶ୍ବର ପାଣିପାଗ କେନ୍ଦ୍ର କରିଥିବା ପନୂର୍ବାନୁମାନ ଅନୁଯାୟୀ, ୧୫ ତାରିଖରେ ଭୁବନେଶ୍ବରରେ ସବୁଠାରୁ ଉତ୍ତପ୍ତ ରାତି ହେବ। ଦିନର ସର୍ବୋଚ୍ଚ ତାପମାତ୍ରା ୪୦° ଓ ସର୍ବନିମ୍ନ ତାପମାତ୍ରା ୨୬° ରହିବ। ୧୬ ଓ ୧୭ ତାରିଖରେ ସର୍ବୋଚ୍ଚ ତାପମାତ୍ରା ୪୧°, ୧୮ରେ ୪୧° ରହିବା ଆକଳନ କରାଯାଇଛି।