ମେଡିକାଲରୁ ୪ ଓ ଆରଟିଓ କାର୍ଯ୍ୟାଳୟରୁ ୬ ଦଲାଲ ଗିରଫ

ଭୁବନେଶ୍ୱର: ମେଡିକାଲ ଓ ଆରଟିଓ କାର୍ଯ୍ୟାଳୟ ପରିସରରୁ ଶୁକ୍ରବାର ୧୦ ଜଣ ଦଲାଲ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଦଲାଲମାନଙ୍କ ମଧ୍ୟରୁ ୪ ଜଣ ମେଡିକାଲରୁ ଓ ୬ ଜଣ ଆରଟିଓ କାର୍ଯ୍ୟାଳୟରୁ ଗିରଫ ହୋଇଛନ୍ତି। ବାଲେଶ୍ୱରରୁ ଆଜି ମୋଟ୍‌ ୮ ଜଣ ଦଲାଲ ଗିରଫ ହୋଇଛନ୍ତି।

ସୂଚନା ଅନୁସାରେ ବାଲେଶ୍ୱର ମେଡିକାଲ ପରିସରରୁ ୩ ଜଣ ଦଲାଲଙ୍କୁ ଟାଉନ ଥାନା ପୁଲିସ ଗିରଫ କରିଛି। ସେହିପରି ଗଞ୍ଜାମ ଜିଲ୍ଲାର ଆସିକା ମେଡିକାଲରୁ ଜଣେ ଦଲାଲକୁ ପୁଲିସ ଗିରଫ କରିଛିି। ବାଲେଶ୍ୱର ଆରଟିଓ ଅଫିସରୁ ୫ ଜଣ ଦଲାଲଙ୍କୁ ଶିଳ୍ପାଞ୍ଚଳ ପୁଲିସ ଗିରଫ କରିଥିବା ବେଳେ କୋରାପୁଟ ଆରଟିଓ କାର୍ଯ୍ୟାଳୟରୁ ଜଣେ ଦଲାଲକୁ ପୁଲିସ ଗିରଫ କରିଛିି।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନରୁ ଭିଡିଓ କନଫରେନସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ଆରଟିଓମାନଙ୍କ ସହ ନୂଆ ଟ୍ରାଫିକ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ଦ୍ରୁତ ତଥା ବିପଦପୂର୍ଣ୍ଣ ଭାବରେ ଗାଡି ଚାଳନା କରୁଥିବା, ନିଶାଦ୍ରବ୍ୟ ସେବନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କଡ଼ା ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର