୧୦ ଦିନ ଆନ୍ଦୋଳନ ସ୍ଥଗିତ: ଏଲପିଜି ଦର ହ୍ରାସ କରିବାକୁ ବିଜେଡିର ଦାବି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଜେଡି ଯୁବ ଓ ଛାତ୍ର ଆନ୍ଦୋଳନ ୧୦ ଦିନ ପାଇଁ ସ୍ଥଗିତ ରହିଥିବା ନେଇ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ଏହି କଥା ଘୋଷଣା କରିଛନ୍ତି।
ସେ ଏଲପିଜି ଉପରେ ଦର ହ୍ରାସ କରିବାକୁ ମଧ୍ୟ ଦାବି କରିଛନ୍ତି। ଏଲପିଜିରେ ଉତ୍ପାଦ ଶୁଳ୍କ ଓ ଟ୍ୟାକ୍ସ କମ୍ କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି। ଏଲପିଜି ଦର ହ୍ରାସ ନ ହେଲେ ପୁଣି ଆନ୍ଦୋଳନ ତୀବ୍ରତର ହେବ ବୋଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ ଚେତାବନୀ ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି କି, ଓଡ଼ିଶା ସରକାର ଆଜି ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଭାଟ୍ ଛାଡ଼ କରିଛନ୍ତି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଆମେ ଯଦି ମୋଟ ଉପରେ ଦେଖିବା ଓଡ଼ିଶା ସରକାର ଯେଉଁ ୩ ଟଙ୍କା କମାଇଛନ୍ତି ଓ ୩୩ ପ୍ରତିଶତ ଏକ୍ସାଇଜ ଡ୍ୟୁଟିକୁ ମିଶାଇ ରାଜ୍ୟରେ ପେଟ୍ରୋଲ ଦର ୬.୩୦ ପଇସା ଓ ଡିଜେଲ ଦର ଓ ୪.୬୫ ପଇସା ଡିଜେଲ ଉପରେ ମୋଟ କମାଇଛନ୍ତି ସରକାର। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨ ହଜାର କୋଟି ଟଙ୍କା କ୍ଷତି ସହିବେ।
ଆମ ରାଜ୍ୟ ସାରା ଦେଶରେ ପେଟ୍ରୋଲ ଦର କମ୍ ରଖିଥିଲା। ଆଉ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ବି ପେଟ୍ରୋଲ ଓ ଡିଜେଲ ଦର ରାଜ୍ୟରେ କମ୍ ରହିବ।ବର୍ତ୍ତମାନ ଆମେ ଚାହୁଁଛୁ, କେନ୍ଦ୍ର ସରକାର ଏଲପିଜି ଉପରେ ଭାଟ କମ୍ କରନ୍ତୁ ବୋଲି କହିଛନ୍ତି ବ୍ୟୋମକେଶ ରାୟ।

ସମ୍ବନ୍ଧିତ ଖବର