ଭଞ୍ଜନଗର/ଯୁଯୁମୁରା/ଝରିଗାଁ: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ଏଥିରେ ୩ଟି ସଡ଼କ ଦୁର୍ଘଟଣା ରହିଛି, ଯେଉଁଥିରେ କି ୯ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୫୦ ଜଣ ଆହତ ହୋଇଥିଲା ବେଳେ ସେଥିରୁ ୧୬ ଜଣ ଗୁରୁତର ଅଛନ୍ତି। ଅନ୍ୟ ଏକ ଦୁର୍ଘଟଣା କାରଖାନାରେ ଘଟିଛି। କାରଖାନାରେ ଘଟିଥିବା ଦୁର୍ଘଟଣାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲେ ଦୁର୍ଯ୍ୟୋଧନ ଖମାରୀ। ସେ ହୀରାକୁଦସ୍ଥିତ ହିଣ୍ଡାଲକୋ ସ୍ମେଲଟରରେ ଠିକାଶ୍ରମିକ ଭାବେ କାମ କରୁଥିଲେ।

Advertisment

ଗଞ୍ଜାମ-କନ୍ଧମାଳ ସୀମାନ୍ତ ଭଞ୍ଜନଗର ଥାନା ଅଧୀନ ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ଆଜି ସବୁଠାରୁ ବଡ଼ ଦୁର୍ଘଟଣା ଘଟିଛି। ପରିବାର ସହ ସହଖୁସିରେ ପର୍ଯ୍ୟଟନ କ୍ଷେତ୍ର ବୁଲିବା ପାଇଁ ଆସିଥିବା ୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି। ଏମାନେ ସମସ୍ତେ ପଡୋଶୀ ପଶ୍ଚିମବଙ୍ଗର। ମୃତକମାନେ ହେଲେ ହେଲେ ଟୁରିଷ୍ଟ ବସ୍ର ରୋଷେୟା ହୋଗଲି ଗ୍ରାମର ସ୍ବପନ ଗୁଚ୍ଚାଏତ (୪୪), ସୁଲତାନପୁର ଗ୍ରାମର ବର୍ଣ୍ଣାଳୀ ମନ୍ନ (୩୪), ସୁପ୍ରିୟା ଦେନେ୍‌ପ(୩୩), ସଞ୍ଚିତ ପାତ୍ର (୩୪), ରୀମା ଦ୍ରେନେ୍‌(୨୨) ଏବଂ ତାଙ୍କ ମା’ ମୌସୁମୀ ଦ୍ରେନେ୍‌(୪୦)। କଳିଙ୍ଗା ଘାଟି ବସ୍‌ ଦୁର୍ଘଟଣାରେ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅଞ୍ଚଳରେ ଆଜି ଅପରାହ୍ନରେ ଘଟିଥିବା ଅନ୍ୟ ଏକ ଦୁର୍ଘଟଣାରେ ୩ ଜଣ ଯୁବକ ପ୍ରାଣ ହରାଇଛନ୍ତି। ଦ୍ରୁତଗାମୀ ହାଇଓ୍ଵାର ଶକ୍ତ ଧକ୍କାରେ ତିନି ଜଣ ବାଇକ୍‌ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି । ହାଇୱା ଚାଳକଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ୩ ଯୁବକଙ୍କ ମୃତଦେହ ବିଛାଡ଼ି ହୋଇ ପଡ଼ିଥିବା ବେଳେ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଛି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଭବାନୀପାଲି ପେଟ୍ରୋଲ ପମ୍ପ ସାମ୍ନା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍‌ଣରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଧମାର ସତ୍ୟ ସାହୁ, ସମ୍ବଲପୁର ଗୋବିନ୍ଦତୋଲା ଅଞ୍ଚଳରେ ରହୁଥିବା ବଳଜିତ ସିଂହ (ଲାଡି) ଓ ଗୌତମ ସାହୁ (୩୮)।

publive-image

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ହାଇଓ୍ଵା ଚାଳକଙ୍କୁ ଅଟକ ରଖିଥିଲେ। ଯୁଯୁମୁରା ଥାନା ଆଇଆଇସି ରାଜକୁମାର ବିଶ୍ବାଳ ପୁଲିସ ଟିମ୍‌ ସହ ଘଟଣାସ୍ଥଳକୁ ପହଞ୍ଚି ମୃତହେଦଗୁଡ଼ିକ ଜବତ କରିଥିବା ବେଳେ ଗୁରୁତର ହାଇୱା ଚାଳକଙ୍କୁ ଏକ ଆମ୍ବୁଲାନ୍ସରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛନ୍ତି।  ମୃତକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଉଭୟ ସମ୍ବଲପୁର ଓ କଟକ ପାର୍ଶ୍ବରୁ ଯାତାୟତ ଠପ୍‌ ରହିଛି। ପରିବାର ଲୋକଙ୍କର କହିବା ଅନୁଯାୟୀ ହାଇୱାର ମାଲିକଙ୍କୁ ଘଟଣାସ୍ଥଳକୁ ଡକାଯାଉ ଏବଂ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ।

publive-image

ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଲହଣ୍ଡାସିଲ ଗ୍ରାମର ଲଳିତଙ୍କ ବାହାଘର ପାଇଁ ବରଯାତ୍ରୀ ଗାଡିଗୁଡିକ ବାହାରିଥିଲା। ତେବେ ଝରିଗାଁ-ଚନ୍ଦାହାଣ୍ଡି ଦେଇ ଏହି ବରଯାତ୍ରୀ ଗାଡି ଗୁଡିକ ଛତିଶଗଡ଼ର ଉର୍ମାଲ ଗ୍ରାମକୁ ଯାଉଥିଲେ। ବରଯାତ୍ରୀ ଶୋଭାଯାତ୍ରାରେ ବାଜା ବଜାଇବା ପାଇଁ ଡାହିମାଲ ଓ ଇଛାପୁର ଗ୍ରାମର ୧୬ ଜଣ ବାଜାବାଲାମାନେ ଏକ ପିକ୍‌ଅପ୍‌ (ଓଡ଼ି ୧୦ଏ ୮୭୩୯) ଯାଉଥିଲେ। ତେବେ ହଠାତ ଏହି ଗାଡି ଭାରସାମ୍ୟ ହରାଇ ଚନ୍ଦାହାଣ୍ଡି ଘାଟିରେ ଓଲଟି ପଡିଥିଲା। ଫଳରେ  ଇଛାପୁର ଗ୍ରାମର ଚିତ୍ର ହରିଜନ (୨୭), ଜୟମାନ ହରିଜନ (୧୯) ଏବଂ ଡାହିମାଲ ଗ୍ରାମର ସୀମାଞ୍ଚଳ ବାଗ (୨୨), ଦୈତାରୀ ହରିଜନ(୧୮), ବଲ କୁମାର ହରିଜନ(୧୯), ଚିରଞ୍ଜିବୀ ସୁନାନୀ (୧୮), ରମେଶ ଜରିଜନ (୧୬), ଉମେଶ ହରିଜନ( ୧୭) ଏବଂ କୈଳାଶ ସୁନାନୀ (୧୯)ଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମିକ ଚିକିତ୍ସା କରାଯାଇଥିଲା। ତେବେ ଇଛାପୁର ଗ୍ରାମର ଚିତ୍ର ହରିଜନଙ୍କ ବାମ ଗୋଡ଼ର ପାଦରେ ଗଭୀର ଆଘାତ ହୋଇଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି।