କଟକ : ଡିଏସପିରୁ ଅତିରିକ୍ତ ଏସପି ପାହ୍ୟାକୁ ୧୦ ଜଣ ପୁଲିସ ଅଫିସର ପଦୋନ୍ନତି ହୋଇଛନ୍ତି। ପଦୋନ୍ନତି ପାଇଥିବା ଡିଏସପିଙ୍କ ତାଲିକାରେ ବିଭୂତି ଭୂଷଣ ରାଉତ କଟକ ସେଣ୍ଟ୍ରାଲ ରେଞ୍ଜକୁ ବଦଳି ହୋଇଛନ୍ତି। ସେହିପରି ରବୀନ୍ଦ୍ର କୁମାର ଦାସ ଗୁଇନ୍ଦା ବିଭାଗକୁ, ଅମୂଲ୍ୟ କୁମାର ରାଉତରାୟ ପୁରୀକୁ, ହର ନାରାୟଣ ପ୍ରସାଦ ପତି ଭିଜିଲାନ୍ସକୁ, ଦେବୀଦତ୍ତ ମିଶ୍ର କ୍ରାଇମବ୍ରାଞ୍ଚକୁ, ପ୍ରଦ୍ୟୁମ୍ନ କୁମାର ମିଶ୍ର ବରଗଡ଼ ଇହାତୁକୁ, ରାଜେନ୍ଦ୍ର କୁମାର ସେନାପତି ଭୁବନେଶ୍ବର କମିସନରେଟ୍ ପୁଲିସକୁ, ପ୍ରାଣ କୃଷ୍ଣ ରାଉତ ଭୁବନେଶ୍ବର କମିସନରେଟ୍ ପୁଲିସକୁ, ଅଶୋକ କୁମାର ଷଢ଼ଙ୍ଗୀ କୋରାପୁଟ ଇହାତୁକୁ, ଦେବ ନାରାୟଣ ଦାସ ଭିଜିଲାନ୍ସକୁ ବଦଳି ହୋଇଛନ୍ତି। ପୁଲିସ ବୋର୍ଡ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ପରେ ବିଜ୍ଞପ୍ତି ପ୍ରକାଶ ପାଇଛି।
୧୦ ଡିଏସପିଙ୍କ ପଦୋନ୍ନତି
/sambad/media/post_attachments/wp-content/uploads/2019/11/police-cap.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)