ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅଧୀନ ଜଂକିଆ ଥାନା ଅନ୍ତର୍ଗତ ହଜ ଗ୍ରାମପଞ୍ଚାୟତ ହଜ ଗ୍ରାମ ନିକଟସ୍ଥ ରତ୍ନାକର ଚୌହାନଙ୍କ ଚାଷଜମିରୁ ଆଜି ଏକ ଅଜଗର ସାପ ଉଦ୍ଧାର ହୋଇଛି। ପ୍ରଥମେ ସ୍ଥାନୀୟ ଲୋକେ ଏହି ସାପକୁ ଦେଖି ଭୟଭୀତ ହୋଇ ସ୍ନେକ ହେଲ୍ପଲାଇନ ସଦସ୍ୟ ବସନ୍ତ ଖବର ଦେଇଥିଲେ। ଖବର ପାଇ ବସନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଥିଲେ। ବସନ୍ତ ସୁରକ୍ଷିତ ଭାବେ ସାପଟିକୁ ଉଦ୍ଧାର କରି ସ୍ଥାନୀୟ ବନ ବିଭାଗକୁ ହସ୍ତାନ୍ତର କରିଥିବା ପ୍ରକାଶ। ଏହା ପରେ ବନ ବିଭାଗ ସାପଟିକୁ ନେଇ ନିକଟସ୍ଥ ଜଙ୍ଗଲରେ ନେଇ ଛାଡ଼ିଥିବା ପ୍ରକାଶ। ବସନ୍ତ ଏଯାଏଁ ପାଖାପାଖି ଏକ ହଜାର ସାପଙ୍କୁ ଏହିଭଳି ସୁରକ୍ଷିତ ଭାବରେ ଧରି ଜଙ୍ଗଲରେ ଛାଡ଼ିଥିବା ପ୍ରକାଶ। ଏହି ଅଜଗର ଟିର ଲମ୍ବ ୧୦ଫୁଟ ହେବ ବୋଲି ବସନ୍ତ କହିଛନ୍ତି।
ଚାଷଜମିରୁ ଉଦ୍ଧାର ହେଲା ୧୦ ଫୁଟିଆ ଅଜଗର
/sambad/media/post_attachments/wp-content/uploads/2022/01/index୨.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)