ଗହୀରମଥା‌ ନିଷିଦ୍ଧାଞ୍ଚଳରେ ଚଢଉ, ଟ୍ରଲର ସହ ୧୦ ମତ୍ସ୍ୟଜୀବୀ ଗିରଫ

ରାଜନଗର: ଗଭୀର ସମୁଦ୍ରର ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲରକୁ ଜବତ କରାଯିବା ସହିତ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଡିଏଫ୍‌ଓ ବିକାଶ ରଂଜନ ଦାଶ , ଗହୀରମଥା ଏସିଏଫ୍‌ ଶ୍ରୀରାମପଦ ଅରବିନ୍ଦ ମିଶ୍ରଙ୍କ ସମେତ ବନ କର୍ମଚାରୀମାନେ ସ୍ପିଡ୍‌ବୋଟରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଂଚଳରେ ପଇଁତରା ମାରୁଥିଲେ। ମାଦଳିମାଉଥ ନିକଟରେ ବାବା ସିଦ୍ଧେଶ୍ବର-୨ ନାମକ ବାଲେଶ୍ବର ଅଂଚଳର ଏକ ଟ୍ରଲର ବେଆଇନ ଭାବେ ମାଛ ମାରୁଥିବା ସେମାନେ ଦେଖିବାକୁ ପାଇଥିଲେ। ବନ ବିଭାଗର ଏହି ଟିମ୍‌ ସଂଗେସଂଗେ ଚଢ଼ଉ କରି ଗିରଫ କରିବା ସହିତ ଟ୍ରଲରରେ ଥିବା ୧୫ କ୍ବିଣ୍ଟାଲ ମାଛ ମଧ୍ୟ ଜବତ କରିଛନ୍ତି। ଗିରଫ ମତ୍ସ୍ୟଜୀବୀ ‌େହଲେ, ଶିବନାଥ ବାରିକ, ଜୟନ୍ତ ବାରିକ, ପ୍ରଦୀପ ବାରିକ, କୃଷ୍ଣଚନ୍ଦ୍ର ମାଇତି, ମହେନ୍ଦ୍ର ବାରିକ, ନାଡୁ ଜେନା, ଜୟଦେବ ବାଗ, ଶୁକଦେବ ବାରିକ, ଭୂଦେବ ମଣ୍ତଳ, ମଦନ ଜେନା।

ସମ୍ବନ୍ଧିତ ଖବର