ହୀରାକୁଦର ୧୦ଟି ଗେଟ୍‌ ଖୋଲା

ସମ୍ବଲପୁର :ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ହ୍ରାସ ପାଇବା ପରେ ଗୁରୁବାର ଦୁଇଟି ପର୍ଯ୍ୟାୟରେ ୭ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ବୁଧବାର ୧୭ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ଥିବା ବେଳେ ଗୁରୁବାର ୧୦ଟି ଗେଟ୍‌ ଜରିଆରେ ମହାନଦୀରେ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଏଥିରୁ ବାମ ପାର୍ଶ୍ୱର ୭ଟି ଏବଂ ଡାହାଣ ପାର୍ଶ୍ୱର ୩ଟି ଗେଟ୍‌ ଖୋଲାଯାଇଛି। ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୪୧ ଫୁଟ୍‌କୁ ଖସି ଆସିଛି। ଜଳଭଣ୍ଡାରକୁ ଏହି ସମୟରେ ୮୧,୫୬୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ମହାନଦୀକୁ ୧,୭୯,୦୨୮ କ୍ୟୁସେକ ଜଳ ଛଡ଼ାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦର ଉପର ମୁଣ୍ଡରେ ୧୦.୩୯ ମିମି ବର୍ଷା ରେକର୍ଡ କରାଯାଇଛି। ଜଳ ପ୍ରବେଶ ମାତ୍ରାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପୁଣି ଗେଟ୍‌ ବନ୍ଦ କରାଯିବା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର