ଦେଓଗାଁ: ରାମଲୀଳା କରିବାକୁ ଯାଇ ୧୦ ଝିଅ ଅସୁସ୍ଥ ହୋଇ ପଡ଼ିଛନ୍ତି।। ସୁବର୍ଣ୍ଣପୁର ଜିଲ୍ଲାର ଗାଁରେ ନାଟକ କରିବା ସମୟରେ ସେମାାନେ ଅସୁସ୍ଥ ହୋଇ ପଡ଼ିଥିଲେ। ଗାଁରେ ଝଡ଼ାଫୁଙ୍କା କରିବା ପରେ ଅସୁସ୍ଥଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ବଲାଙ୍ଗୀରଜିଲ୍ଲା ଦେଓଗାଁ ଥାନା ଉପର ଝର ଗାଁରେ ଘଟିଛି ଏଭଳି ଘଟଣା।
ଉପର ଝର ଗାଁର ତଳିପଡ଼ାରେ ଥିବା ମହିଳା ରାମଲୀଳା ନାଟକ ପାର୍ଟି ବୁଧବାର ରାତିରେ ସୁବର୍ଣ୍ଣପୁର ଜିଲ୍ଲାର ଗାଁରେ ନାଟକ ପରିବେଷଣ କରୁଥିଲେ। ଏହି ସମୟରେ ହଠାତ୍ ରାମାୟଣର ବିଭିନ୍ନ ଭୂମିକାରେ ଅଭିନୟ କରିବା ପାଇଁ ସଜ୍ଜିତ ହୋଇଥିବା ଝିଅମାନେ ଅସୁସ୍ଥ ଅନୁଭବ କରିବାରୁ ନାଟକକୁ ବନ୍ଦ କରି ସେମାନେ ଗାଁ ପଲାଇ ଆସିଥିଲେ।
ହେଲେ ଗାଁରେ ଅବସ୍ଥାରେ ସୁଧାର ନ ଆସିବାରୁ ଗୁରୁବାର ସକାଳୁ ଗୁଣିଗାରେଡ଼ି ହୋଇଥିବା ସନ୍ଦେହ କରି ଝଡ଼ାଫୁଙ୍କା କରିବା ପରେ ଅସୁସ୍ଥ ଝିଅମାନଙ୍କୁ ପରିବାର ଲୋକେ ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ। ତେବେ ଏନେଇ ଖବର ପାଇବା ପରେ ଦେଓଗାଁ ପୁଲିସ ଉପର ଝର ଗାଁରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/18/10-girls-fall-ill-after-going-to-ramlila-guni-garedi-sandheh-2025-09-18-14-01-03.jpg)