ଖୋର୍ଦ୍ଧା: ଦୀର୍ଘ ଦିନର ଅନ୍ତରାଳେ, ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ୧୦ ଗ୍ରାମ ବ୍ରାଉନ୍ସୁଗାର ଜବତ କରିବା ସହ ଏହି ମାମଲାରେ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗତକାଲି ସକାଳ ପ୍ରାୟ ୧୦ଟା ବେଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସର ଏକ ଟିମ୍ ପାନବରଜ ଛକ ନିକଟରେ ରାମଚନ୍ଦ୍ର ବଳିଆରସିଂହ (୫୩)କୁ ଧରିଥିଲେ । ରାମଚନ୍ଦ୍ର ନିକଟରୁ ଏକ ମୋଟର ସାଇକଲ ସହ ୧୦ଗ୍ରାମ ବ୍ରାଉନ୍ସୁଗାର ଜବତ କରାଯାଇଥିଲା । ଏନେଇ ୧୫୫/୨୦୨୩ରେ ଏକ ମାମଲା ରୁଜୁ କରି ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
୧୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
/sambad/media/post_attachments/wp-content/uploads/2023/03/Blown-sugar-case-Khordha-Town-PS.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)