ଭଦ୍ରକ: ଆମ୍ବୁଲାନ୍ସକୁ ଯାତ୍ରୀବାହୀ ବସ୍ ଧକ୍କା ଦେଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଇମଣୀ ନିକଟରେ ଗୁରୁବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୮ ଜଣ ଛାତ୍ରୀଙ୍କ ସମେତ ମୋଟ ୨୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2023/10/f0a94647-7064-4d1d-a43c-9d9b31aa9eda-1024x580.jpeg)
ସୂଚନା ଅନୁସାରେ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ବନ୍ତ ବ୍ଲକ ଅଧିନ ଆଗରପଡ଼ାରୁ ଭଦ୍ରକ ଆସୁଥିବା ଏକ ଆମ୍ବୁଲାନ୍ସକୁ ଯାତ୍ରୀବାହୀ ବସ୍ (କ୍ରିଷ୍ଣା) ଧକ୍କା ଦେଇଥିଲା। ଏଥିରେ କିଛି ମହିଳାଙ୍କ ସମେତ ୨୧ ଜଣ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କର ଉଦ୍ୟମରେ ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ କିଛି ଲୋକଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ସମସ୍ତ ଆହତ ଓ ଗୁରୁତରଙ୍କର ଅବସ୍ଥା ସ୍ବାଭାବିକ ରହିଛି।
/sambad/media/post_attachments/wp-content/uploads/2023/10/9cb6c960-cfea-42ab-a686-9c8af3f03160-1024x461.jpeg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/de9b514f-6d67-4bef-adb5-2e6ca71df1a6.jpeg)