କେନ୍ଦ୍ରାପଡ଼ା/ଡେରାବିଶ : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଦୁମୁକାସ୍ଥିତ ଚାଟରାଚକଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ମହୁମାଛି ଆକ୍ରମଣରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପ୍ରଧାନଶିକ୍ଷକ ନିରଞ୍ଜନ ପତିଙ୍କ ସୂଚନା ଅନୁଯାୟୀ, ବିଦ୍ୟାଳୟ ପାଚେରି ନିକଟରେ ଥିବା ଏକ ବରଗଛରେ ଦୀର୍ଘଦିନ ହେବ ଏକ ମହୁଫେଣା ଥିଲା। ଆଜି ସକାଳେ କିଛି ମାଙ୍କଡ଼ ମହୁ ଫେଣାଟିକୁ ଭାଙ୍ଗି ଦେଇଥିଲେ। ଫଳରେ ମହୁମାଛିମାନେ ଫେଣାରୁ ବାହାରି ଲୋକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ।
ମହୁମାଛି ଆକ୍ରମଣରେ ୧୦ ଆହତ
/sambad/media/post_attachments/wp-content/uploads/2018/03/DERABISH-IMG-20180319-WA0008.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)