କେନ୍ଦୁଝର : କେନ୍ଦୁଝର ଜିିଲ୍ଲା ପର୍ଶଳା ନିକଟରେ ଗତକାଲି ବିଳମ୍ବିତ ରାତିରେ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାନୁସାରେ ବସ୍ଟି କୋଇଡାରୁ ଭୁବନେଶ୍ୱର ଯାଉଥିବା ବେଳେ ଭାରସାମ୍ୟ ହରାଇବାରୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାଟି ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ପର୍ଶଳା ନିକଟରେ ଘଟିଥିବା ସୂଚନା ମିଳିଛି। ବସ୍ ଓଲଟିବା ଫଳରେ ଏଥିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।
ବସ୍ର ଡ୍ରାଇଭର୍ ଓ କଣ୍ଡକ୍ଟର୍ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।