ଶିଆଳ ଆକ୍ରମଣରେ ୧୦ ଆହତ

ଆନନ୍ଦପୁର: ଘସିପୁରା ଥାନା ଦେଓଗାଁ ସୀମାନ୍ତ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍‌ ବାଙ୍ଗରକୋଟା ଗ୍ରାମରେ ପାଗଳ ଶିଆଳ ଆତଙ୍କ ଦେଖିବାକୁ ମିଳିଛି। ଶିଆଳ ଆକ୍ରମଣରେ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ତିନିଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରେ ଲୋକମାନେ ଏକାଠି ହୋଇ ଶିଆଳକୁ ପିଟିପିଟି ମାରି ଦେଇଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ଅପରାହ୍‌ଣ ସାଢ଼େ ୩ଟା ସମୟରେ ଏକ ଶିଆଳ ତେଲିବେଡ଼ା ଗ୍ରାମରେ ତୁଇଜଣଙ୍କୁ ଆକ୍ରମଣ କରିଥିଲା। ଲୋକେ ଠେଙ୍ଗାବାଡ଼ି ଧରି ଗୋଡ଼ାଇବାରୁ ଶିଆଳଟି ବାଙ୍ଗରକୋଟା ଗ୍ରାମରେ ପଶି ଯାଇଥିଲା। ଗ୍ରାମର ଜଗବନ୍ଧୁ ରାଉତ (୬୬) ଗାଈ ଆଣିବାକୁ ଯାଇଥିବା ବେଳେ ଶିଆଳଟି ପ୍ରଥମେ ତାଙ୍କୁ କାମୁଡ଼ିଥିଲା। ପରେ ରଞ୍ଜିତା ରାଉତ (୫୫), ବିନି ବେଜ୍ (୨୫)ଙ୍କ ସମେତ ଅନ୍ୟମାନଙ୍କୁ କାମୁଡ଼ି ଥିଲା। ଜଗବନ୍ଧୁ, ରଞ୍ଜିତା ଏବଂ ବିନିଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗ୍ରାମର କିଛିଲୋକ ଶିଆଳକୁ କାବୁ କରିବା ସହ ପିଟିପିଟି ମାରି ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର