କଲ୍ୟାଣପୁରରେ ଗୋଷ୍ଠୀ ସଂଘର୍ଷ, ୧୦ରୁ ଅଧିକ ଆହତ

ବିଂଝାରପୁର : ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ କଲ୍ୟାଣପୁରରେ ଆଜି ସକାଳ ପ୍ରାୟ ୯ଟା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷର ୧୦ରୁ ଅଧିକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କଲ୍ୟାଣପୁର ପଞ୍ଚାୟତ ଅନ୍ତର୍ଗତ ରୁଦ୍ରପୁର ଗ୍ରାମର ବିରଜା ପ୍ରସାଦ ମଲିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବିଂଝାରପୁର ଓ ପରେ ଯାଜପୁର ଡାକ୍ତରଖାନାରେ ଭର୍ତି କରାଯାଇଛି। ଏନେଇ ବିରଜାଙ୍କ ମା’ ଜାନକୀ ମଲିକ ବିଂଝାରପୁର ଥାନାରେ ଅଭିଯୋଗ କରିଛନ୍ତି। ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବିଂଝାରପୁର ଥାନା ଅଧିକାରୀ ଶିବଚରଣ ବେହେରା ଉପସ୍ଥିତ ରହି ପରିସ୍ଥିତି ପ୍ରତି ସତର୍କ ନଜର ରଖିଛନ୍ତି। ଏ ସଂପର୍କରେ ବିଂଝାରପୁର ଥାନା ଅଧିକାରୀ ଶିବଚରଣ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ଯେ ପୁରୁଣା ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରଯାଇଛି। ଘଟଣା ସ୍ଥଳରେ ପୁଲିସ ମୁତୟନ କରାଯାଇଛି। ତଦନ୍ତ ପରେ ମାମଲା ରୁଜୁ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର