ମହାକାଳପଡ଼ା: କେନ୍ଦ୍ରାପଡ଼ାର ମହାକାଳପଡ଼ା ଅଞ୍ଚଳରେ ଆଜି ୧୦ କିଲୋଗ୍ରାମ ହରିଣ ମାଂସ ଜବତ କରାଯାଇଛି। ବନ ବିଭାଗ ଚଢ଼ଉ କରି ଜଣେ ଶିକାରୀକୁ ଗିରଫ କରାଯାଇଛି। ଅନ୍ୟ ଦୁଇ ଜଣ ଶିକାରୀ ଫେରାର ହୋଇଯାଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ବ୍ଲକ୍ର ଜମ୍ବୁ ରେଞ୍ଜ ଅନ୍ତର୍ଗତ ବତୀଘର ଗ୍ରାମର ସୁନିଲ ପରମାଣିକ, ଧନୁ ପଲାଇ ଓ କୋଚିଳା ବେଲାରୀ ଗ୍ରାମର ଆଶିଷ ପ୍ରଧାନ କଂସାରୀ ଡିଆ ସଂରକ୍ଷିତ ଜଙ୍ଗଲରେ ଫାଶ ବସାଇ ଏକ ହରିଣ ଶିକାର କରିଥିଲେ। କୈାଣସି ସୂତ୍ରରୁ ଖବର ପାଇ ବତୀଘର ଫରେଷ୍ଟର ପଦ୍ମନାଭ ରାଉତ, ଫରେଷ୍ଟ ଗାର୍ଡ ସତ୍ୟଜିତ ପାଣି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ୧୦ କେଜି ଓଜନର କଟା ହରିଣ ମାଂସ, ୨ଟି କଟୁରୀ ଓ ୮ଟି ଫାଶ ଜବତ କରିବା ସହ ଘଟଣାରେ ସଂପୃକ୍ତ ଥିବା ସୁନିଲଙ୍କୁ ଗିରଫ କରିଥିଲେ। ମାତ୍ର ଏଥିରେ ସଂପୃକ୍ତ ଥିବା ଧନୁ ଓ ଆଶିଷ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
୧୦ କିଲୋ ହରିଣ ମାଂସ ଜବତ
/sambad/media/post_attachments/wp-content/uploads/2019/02/dear.jpg)