କେନ୍ଦ୍ରାପଡ଼ା ଜିଲ୍ଲାରେ ୧୦ ଲକ୍ଷ ପ୍ରଭାବିତ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲାରେ ସାମୁଦ୍ରିକ ଝଡ଼ ଫନି ଗତକାଲି ଭୟଙ୍କର ତାଣ୍ତବ ରଚିଥିଲା। ଫନି ସାରା ଜିଲ୍ଲାକୁ ଛାରଖାର କରି ଦେଇଛି। ବିଶେଷକରି ଜିଲ୍ଲାର କେନ୍ଦ୍ରାପଡ଼ା ସମେତ ମହାକାଳପଡ଼ା, ପଟ୍ଟାମୁଣ୍ତାଇ, ରାଜନଗର, ଆଳି, ମାର୍ଶାଘାଇ, ଗରଦପୁର, ଡେରାବିଶ, ରାଜକନିକା ବ୍ଲକ୍‌ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ପ୍ରାୟ ୩୦ ହଜାର ଗଛ, ୨୦ ହଜାର ଚାଳ ଓ ଟିଣ, ଆଜବେଷ୍ଟସ୍‌ ଛପର ଉଡ଼ି ଯାଇଛି। ଲକ୍ଷାଧିକ ଲୋକଙ୍କୁ ଠିକଣା ସମୟରେ ୧୧୬ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୩ଶହରୁ ଅଧିକ ସ୍କୁଲ ଘରକୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀ ରୂପେ ବ୍ୟବହାର କରି ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। ୧୯୯୯ ମହାବାତ୍ୟା ପରେ କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ଏଭଳି କ୍ଷୟକ୍ଷତି ଆକଳନ ବାହାରେ ବୋଲି କୁହାଯାଉଛି। କ୍ଷୟକ୍ଷତି ଆକଳନ ଅପେକ୍ଷା ଏବେ ବିଭିନ୍ନ ସ୍ଥାନରେ ବେହାଲ ହୋଇ ପଡ଼ିଥିବା ବିଦ୍ୟୁତ ସେବା, ପାନୀୟ ଜଳ ଯୋଗାଣ, ଖାଦ୍ୟପେୟ ବ୍ୟବସ୍ଥା, ଗୃହ ପାଳିତ ପଶୁଙ୍କ ସୁରକ୍ଷାକୁ ପ୍ରଶାସନ ସର୍ବାଧିକ ଗୁରୁତ୍ବ ଦେଉଛି।

ଫନିରେ ରାଜନଗର, ଡେରାବିଶ ଓ ଆଳି ବ୍ଲକରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ପରିବାର ଗୃହଶୂନ୍ୟ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳରେ ପଡ଼ି ରହିଛି। ଜିଲ୍ଲାରେ ଡେରା ପକାଇ ରହିଥିବା ଜଳସମ୍ପଦ ବିଭାଗ ଶାସନ ସଚିବ ପ୍ରଦୀପ କୁମାର ଜେନା ଘନ ଘନ ସମୀକ୍ଷା କରୁଥିବା ବେଳେ ଭୁବନେଶ୍ବରରୁ ଆସିଥିବା ୯ ଜଣିଆ ଅଫିସରଙ୍କ ଟିମ୍‌ ସହ କେନ୍ଦ୍ରାପଡ଼ାରୁ ନିଯୁକ୍ତ ୯ଜଣିଆ ଅଧିକାରୀଙ୍କ ଟିମ୍‌ ବ୍ଲକ୍‌ରେ ଡେରା ପକାଇ କାମ ଆରମ୍ଭ କରିଛନ୍ତି। ନିର୍ବାଚନ ପରିଚାଳନା କାମ ଭଳି ଗୁରୁତ୍ବପୂର୍ଣ୍ଣ ବ୍ୟସ୍ତବହୁଳ ସିଡ୍ୟୁଲକୁ ଅତିକ୍ରମ କରିଥିବା କର୍ମଚାରୀଙ୍କ ପାଇଁ ବାତ୍ୟା ପୁଣି ଏକ ଚାଲେ˚ଜ୍‌ ହୋଇଛି। ବିଭିନ୍ନ ସ୍ଥାନରେ ଖାଦ୍ୟ ବ˚ଟନ, ରିଲିଫ୍‌ ମିଳିବାରେ ସମସ୍ୟା ଦେଖାଦେଇଛି। ଆଇଜି ଅରୁଣ ବୋଥ୍ରା, ଏସ୍‌ପି ନିଥି ଶେଖର ଓ ଟିମ୍‌ ବିଭିନ୍ନ ସ୍ଥାନରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସହାୟତା କରିଛନ୍ତି।

ଚାଷୀ ମୁଣ୍ତରେ ଚଡ଼କ
ଜିଲ୍ଲାରେ ହଜାର ହଜାର ଏକର ମୁଗ ବିରି ଫସଲ ନଷ୍ଟ ଆଶଙ୍କା ଦେଖାଦେଇଛି। ଗତ ଦୁଇ ଦିନ ମଧୢରେ ଆଶଙ୍କା ଅନୁସାରେ ସର୍ବାଧିକ ବର୍ଷା ହୋଇ ନ ଥିଲେ ହେଁ ଯେତିକି ବର୍ଷା ହୋଇଛି ସେଥିରେ ମୁଗ, ବିରି, କୋଳଥ ଅମଳ ନ ହୋଇ ନଷ୍ଟ ହେବା ଆଶଙ୍କା ସର୍ବାଧିକ। ଜିଲ୍ଲାରେ ଗତକାଲି ସର୍ବାଧିକ ଗରଦପୁର ବ୍ଲକ୍‌ରେ ୧୨୯ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଡେରାବିଶ ବ୍ଲକ୍‌ରେ ୫୨ ମିମି କେନ୍ଦ୍ରାପଡ଼ା ବ୍ଲକ୍‌ରେ ୩୭ ମିମି, ମାର୍ଶାଘାଇରେ୧୪, ମହାକାଳପଡ଼ାରେ ୧୧, ପଟ୍ଟାମୁଣ୍ଡାଇରେ ୨୬, ଆଳିରେ ୨୭, ରାଜନଗରରେ ୧୧ ଓ ରାଜକନିକାରେ୧୬ ମିମି, ଏପରି ମୋଟ ୩୧୪ ମିମି ତଥା ହାରାହାରି ୩୪.୮୯ ବର୍ଷା ରେକର୍ଡ କରାଯାଇଛି। ଏହି ପରିମାଣର ବର୍ଷା ଯୋଗୁଁ ବିଲରେ ପଡ଼ି ରହିଥିବା ୬୦ ଭାଗ ମୁଗ ବିରି ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀମାନେ ମୁଣ୍ତରେ ହାତ ଦେଇବସିଛନ୍ତି।

୧୦୧୯ ଗ୍ରାମ, ୪୧ ୱାର୍ଡ ପ୍ରଭାବିତ
ଜିଲ୍ଲାର ୨୦୭ଟି ପଞ୍ଚାୟତର ୧୦୧୯ ଗ୍ରାମ, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ତାଇ ପୌର ପରିଷଦର ୪୧ଟି ୱାର୍ଡ ପ୍ରଭାବିତ ହୋଇଛି। ମୋଟ ୧୧୬୬୯୩ ଜଣଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖା ଯାଇ ୪୯୯ଟି କେନ୍ଦ୍ରରେ ରନ୍ଧାଖାଦ୍ୟ ଓ ରିଲିଫ୍‌ ବ˚ଟନ ବ୍ୟବସ୍ଥା ହୋଇଛି। ଜିଲ୍ଲାରେ ୩ଟି ଏ୍‌ଡିଆର‌୍‌ଏଫ୍‌, ୨ଟି ଓଡ୍ରାଫ୍‌, ୩ ଡଙ୍ଗା ଓ ଅଗ୍ନିଶମ ଦଳକୁ ସାହାଯ୍ୟ ଉଦ୍ଧାର କାମରେ ଲଗା ଯାଇ ପ୍ରଥମ ଦଫାରେ ୭୨ କୁଇଣ୍ଟାଲ୍‌ ଚୂଡ଼ା, ୨ କୁଇଣ୍ଟାଲ ଗୁଡ଼ ଗତକାଲି ସନ୍ଧ୍ୟା ସୁଦ୍ଧା ବ˚ଟନ କରାଯାଇଛି। ଜିଲ୍ଲାପାଳ ଦାଶରଥି ଶତପଥୀ, ଇଷ୍ଟେଟ୍‌ ନିର୍ଦ୍ଦେଶକ ହେମନ୍ତ କୁମାର ପାଢ଼ୀ, ସମସ୍ତ ବ୍ଲକ୍‌ ଉନ୍ନୟନ ଅଧିକାରୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଓ ବିଭାଗୀୟ କର୍ମଚାରୀମାନେ ଦିନ ରାତି କାମରେ ଲାଗିଛନ୍ତି। ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଅଶୋକ କୁମାର ପଣ୍ଡା, ପୌର ନିର୍ବାହ ଅଧିକାରୀ ଦେବ ପ୍ରସାଦ ବଳ ପୌରାଞ୍ଚଳରେ ୧୮ଟି କେନ୍ଦ୍ରରେ ରିଲିଫ୍‌ କାର୍ଯ୍ୟ ପରିଚାଳନା କରୁଛନ୍ତି। ଅସ୍ଥାୟୀ ଆଶ୍ରୟ ସ୍ଥଳରୁ ଲୋକେ ଘରକୁ ଫେରିଲେଣି। କେତେକ ସ୍ଥାନରେ ରନ୍ଧା ଖାଦ୍ୟ ଖାଇବାକୁ ଯାଇ ସେଠାରୁ ଘରକୁ ଫେରି ବିଶ୍ରାମ ନେଉଛନ୍ତି।

କେନ୍ଦ୍ରାପଡ଼ାରେ ୧୫ ଟାୱାର ଲାଇଟ୍‌
କେନ୍ଦ୍ରାପଡ଼ାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୫ଟି ଟାୱାର ଲାଇଟ୍‌ ଯୋଗାଇ ଦିଆଯାଇଛି। କିନ୍ତୁ ସେଗୁଡ଼ିକ ବିଭିନ୍ନ ଛକ ସ୍ଥାନରେ ଗତକାଲି ଲଗା ଯାଇ ପାରି ନ ଥିଲା। ବିଦ୍ୟୁତ ସରବରାହ ବ୍ୟାହତ କାରଣରୁ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସମଗ୍ର ଅ˚ଚଳ ଅନ୍ଧାରେ ରହୁଛି। ତେଣୁ ଏହି ଟାୱାର ଲାଇଟ୍‌ ଛକ ସ୍ଥାନମାନଙ୍କରେ ଲଗାଇବା ବ୍ୟବସ୍ଥା ହୋଇଛି। କଟକରୁ ଆସିଥିବା ଅଗ୍ନିଶମ ବିଭାଗ ମଧୢ ୧୫ଟି ଓାୱାର ଲାଇଟ୍‌ ଆଣି ଗ୍ରାମା˚ଚର ବିଭିନ୍ନ ସ୍ଥାନରେ ଲଗାଇବା ବ୍ୟବସ୍ଥା କରିଛନ୍ତି।

୬୫୧ ଗ୍ରାମରୁ ୧.୧୬ ଲକ୍ଷ ସ୍ଥାନାନ୍ତାର
କେନ୍ଦ୍ରାପଡ଼ାର ୨୭ଟି ୨୭ଟି ଗାଁରୁ ୯୨୪୪, ଡେରାବିଶରୁ ୪୯ ଗାଁରୁ ୨୭ଟି କେନ୍ଦ୍ରରେ ୪୦୨୭, ମାର୍ଶାଘାଇରେ ୩୩ ଗ୍ରାମରୁ ୯୩ ସ୍ଥାନରେ ୫୩୪୬, ମହାକାଳପଡ଼ାର ୧୯ଟି ବାତ୍ୟା ଆଶ୍ରୟସ୍ଥଳରେ ୩୯ଟି ଗ୍ରାମରୁ ସର୍ବାଧିକ ୨୦୮୪୦, ଗରଦପୁରରେ ୪୦ଟି ଗାଁର ୧୨୭୦, ପଟ୍ଟାମୁଣ୍ତାଇ ବ୍ଲକ୍‌ରେ ୭୩ଟି ଗାଁରୁ ୧୯୩୦୦, ଆଳିରେ ୨ଟି ବାତ୍ୟା ଆଶ୍ରୟସ୍ଥଳ ଓ ୫୯ଟି ସ୍ଥାନରେ ୧୩୫ଟି ଗାଁରୁ ୨୦୪୫୮, ରାଜନଗରରେ ୪୭ଟି ବହୁମୁଖ୍ୟ ବାତ୍ୟା ଆଶ୍ରୟ ସ୍ଥଳରେ ୨୦୨ ଗ୍ରାମରୁ ୨୬ ୩୪୫ ଜଣ ଏବ˚ ରାଜକନିକାରେ ୪ଟି ବାତ୍ୟା ଆଶ୍ରୟ ସ୍ଥଳରେ ୫୩ଟି ଗାଁର ୯୮୬୭ ଜଣଙ୍କୁ ସ୍ଥାନାନ୍ତର କରାଯାଇ ରନ୍ଧାଖାଦ୍ୟ ଯୋଗାଇବା ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର