ଭୁବନେଶ୍ୱର: ସାମୁଦ୍ରିିକ ଝଡ଼ ତିତଲି ଓ ତଦ୍‌ଜନିତ ବର୍ଷା ଓ ବନ୍ୟାରେ ମୃତ୍ୟୁବରଣ କାରଥିବା ଲୋକଙ୍କ ନିକଟ ସମ୍ପର୍କୀୟମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ଶ୍ରୀ ପଟ୍ଟନାୟକ ଗଜପତି ଜିଲ୍ଲାର ବାରଘର ଚମ୍ପାପୁର ଠାରେ ମୁଖ୍ୟମନ୍ତ୍ରୀ ବାତ୍ୟା, ବର୍ଷା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଭେଟିବା ଅବସରରେଏହା ଘୋଷଣା କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଯାଇ ବନ୍ୟା ଓ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟଯେ ପୂର୍ବରୁ ମୃତକମାନଙ୍କ ନିକଟ ସମ୍ପର୍କୀୟମାନଙ୍କୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ବର୍ତ୍ତମାନ ଏହାକୁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

Advertisment

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ଚମ୍ପାପୁରରେ ତିତଲି ପଅ୍ରଭାବରେ ମୃତ୍ୟୁବରଣ କରଇଥିବା ପରିବାକୁ ୧୦ଲକ୍ଷ ଟଙ୍କା ଦିଆଯିବ ବୋଲି  ଘୋଷଣା କରିବା ସହିତ ‘ତିତଲି’ ଯୋଗୁ ଅନାଥ ହୋଇଯାଇଥିବା ପିଲାଙ୍କ ଦାୟିତ୍ୱ ସରକାର ନେବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି, ସରକାର ଅନାଥ ପିଲାମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ। ସରକାର ଅନାଥ ପିଲାଙ୍କୁ ପାଠ ପଢ଼ାଇବା ସହ ଆତ୍ମନିର୍ଭରଶୀଳ କରାଇବେ।

ଏଥିସହିତ ପାହାଡ଼ ଉପରେ ଥିବା ବାରଘର ଗାଁ ପାହାଡ଼ ତଳକୁ ଆସିବ। ଏଥିପାଇଁ ଗାଁ ଲୋକଙ୍କୁ ସରକାର ପାହାଡ଼ ତଳେ ଜମି ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ କିଛି ହୀତାଧିକାରୀଙ୍କୁ ଜମି ପଟ୍ଟା ବାଣ୍ଟିଛନ୍ତି।

ତିତିଲି ପ୍ରଭାବରେ ୫୭ ଜଣଙ୍କର ମୃତ୍ୟୁ ଘଟିଛି।

ତିତଲି ପ୍ରଭାବରେ ରାଜ୍ୟରେ ୫୭ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି। ଆଜି ସଚିବାଳୟ ଠାରେ ତିତଲି ଉପରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିବା ପରେ ଏସଆରସି ଶ୍ରୀ ସେଠୀ କହିଛନ୍ତି ଯେ ତିତଲି ଓ ତଦ୍‌ଜନିତ ବର୍ଷା ଓ ବନ୍ୟାରେ ରାଜ୍ୟରେ ୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗଜପତି ଜିଲ୍ଲାରେ ସର୍ବାଧି ୩୯ ଜଣ , ଗଞ୍ଜାମ ଜିଲ୍ଲାରେ ୧୨ ଜଣ ଓ କନ୍ଧମାଳ ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁୁଦ୍ଧା ଅନ୍ୟ ୧୦ଟି ମାମଲାର ଯାଞ୍ଚ ଚାଲିଛି ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।
ସେହୀପରି ମୁଖ୍ୟ ଶାସନ ସଚିବ ଆଦିଥ୍ୟପ୍ରସାଦ ପାଢ଼ୀ କହିଛନ୍ତି ଯେ ତିତଲିରେ ପ୍ରାଥମିକ ଆକଳନ ଅନୁଯାୟୀ ୨୨ଶହ କୋଟି ଟଙ୍କାର କ୍ଷତି ହୋଇଛି। ସର୍ବାଧିକ ୫ଶହ କୋଟି ଟଙ୍କାର କ୍ଷତି କେବଳ ରାସ୍ତାଘାଟରେ ହୋଇଛିି। ଏହି କ୍ଷତିକୁ ରାଜ୍ୟ ବିପର୍ଯ୍ୟ ପ୍ରଶମନ ପାଣ୍ଠିରୁ କରିବାକୁ ଉଦ୍ୟମ ହେଉଛି। ପରେ ଏ ନେଇ କେନ୍ଦ୍ରର ସହାୟତା ନିଆଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।