ବିଦେଶୀ ଅପରାଧୀଙ୍କ କବ୍‌ଜାରୁ ମୁକୁଳିଲେ, ମୁଣ୍ତ ଜାମିନ୍‌ ରଖି ମାଗିଥିଲେ ୧୦ ଲକ୍ଷ ଟଙ୍କା

ପଞ୍ଜାବରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟିର ଚଢ଼ଉ ବିଦେଶରୁ ଆସିଥିଲା ଫୋନ୍‌ କଲ୍‌

କଟକ: ସିଡିଏ କପଡ଼ା ବ୍ୟବସାୟୀ ବିଶାଲ କୁମାର ସୁନ୍ଦରକାଙ୍କ ନିଖୋଜ ଘଟଣା ଚାଞ୍ଚଲ୍ୟକର ମୋଡ଼ ନେଇଛି। ନିଜ ଇଚ୍ଛାରେ ଘରୁ ଚାଲିଯାଇଥିବା ବିଶାଲ ବିଦେଶୀ ଅପରାଧୀଙ୍କ ଫାସରେ ଫଶି ଥିଲେ। କଲିକତାରୁ ତାଙ୍କୁ ଅପହରଣ କରିନିଆଯାଇଥିଲା। ୧୦ ଲକ୍ଷରୁ ଅଧିକ ଟଙ୍କାର ମୁଣ୍ତ ଜାମିନ ରଖାଯାଇଥିଲା। ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ପଞ୍ଜାବରେ ପହଞ୍ଚି ବିଶାଲଙ୍କୁ ୨୯ ଦିନ ପରେ ଉଦ୍ଧାର କରି ଆଜି କଟକରେ ପହଞ୍ଚିବା ପରେ ଏଭଳି ତଥ୍ୟ ସାମ୍‌ନାକୁ ଆସିଛି। କିନ୍ତୁ ତାଙ୍କ ପରିବାର ଲୋକଙ୍କୁ ବିଦେଶୀ ନମ୍ବରରୁ ଫୋନ୍‌ରେ ଧମକ ଦେଇଥିବା ଅପରାଧୀମାନେ ଫେରାର ହୋଇଯାଇଛନ୍ତି। ଭାରତର କିଛି ଅପରାଧୀ ଶ୍ରେଣୀୟ ବ୍ୟକ୍ତି ବିଦେଶୀ ଅପରାଧୀଙ୍କ ସହିତ ମିଶି ଏଭଳି କାଣ୍ତ କରିଥିବା କ୍ରାଇମ୍‌ବ୍ରାଞ୍ଚ ସୁରାକ ପାଇଛି। ପ୍ରଥମେ ଭାରତର ଯେଉଁ ଅପରାଧୀମାନେ ଏଥିରେ ସାମିଲ ଅଛନ୍ତି, ସେମାନଙ୍କୁ ଧରିବା ପାଇଁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ପଞ୍ଜାବରେ ଚଢ଼ଉ ଆରମ୍ଭ କରିଥିବା ସୂଚନା ମିଳିଛି। ସିଡିଏ ସେକ୍ଟର ୬ ଅନ୍ତର୍ଗତ ପ୍ଲଟ ନ˚ ୧୧୬୫/ସିରେ ପବନ କୁମାର ସୁନ୍ଦରକାଙ୍କ ୩୧ ବର୍ଷୀୟ ବିବାହିତ ପୁଅ ବିଶାଲ ଭୁବନେଶ୍ବରରେ କପଡ଼ା ବ୍ୟବସାୟ କରନ୍ତି। ମାର୍ଚ୍ଚ ୫ ତାରିଖରେ ନିଜ ମାରୁତି ଇଟିକା ଗାଡ଼ିରେ ଭୁବନେଶ୍ବର ଯାଉଥିବା କହି ଘରୁ ବାହାରି ଯାଇଥିଲେ। କିନ୍ତୁ ସେ ଆଉ ଘରକୁ ଫେରିନଥିଲେ। ଫୋନ୍‌ ନଲାଗିବାରୁ ମର୍କତନଗର ଥାନାରେ ଭାଇ ସନ୍ତୋଷ କୁମାର ସୁନ୍ଦରକା ମାର୍ଚ୍ଚ ୭ ତାରିଖରେ ଏତଲା ଦେଇଥିଲେ। ବିଶାଲ ପୁରୀର ବଟକୃଷ୍ଣ ଏନ୍‌କ୍ଲେଭ ନିକଟରେ ତାଙ୍କ ଗାଡ଼ି, ମୋବାଇଲ୍‌ ଫୋନ୍‌ ଏବ˚ ସୁନା ମୁଦି ଛାଡ଼ି ପୁରୀ-ହାୱଡା ଏକ୍ସପ୍ରେସ୍‌ରେ ଯାଇଥିଲେ। କଟକ କମିସନରେଟ୍‌ ପୁଲିସ ହାୱଡା ରେଳ ଷ୍ଟେସନ୍‌ ପର୍ଯ୍ୟନ୍ତ ଲାଗିଥିବା ସମସ୍ତ ଷ୍ଟେସନ୍‌ର ସିସି କ୍ୟାମେରା ଯାଞ୍ଚ କରିଥିଲେ ସୁଦ୍ଧା ବିଶାଲଙ୍କ କୌଣସି ଚିତ୍ର କ୍ୟାମେରାରୁ ମିଳିନଥିଲା। ଏମିତିକି ତାଙ୍କ ମୋବାଇଲ୍‌ ନମ୍ବର ସହିତ ଯୋଗାଯୋଗ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଗତ ୬ ମାସର ଫୋନ୍‌ର ସିଡିଆର‌୍‌ ମଗାଯାଇ ପୃଥକ ଜେରା କରାଯାଇଥିଲେ ସୁଦ୍ଧା ପୁଲିସକୁ ସେଭଳି ତଥ୍ୟ ମିଳିନଥିଲା।

ନିଖୋଜ ହେବାର ୧୫ ଦିନ ପରେ ସନ୍ତୋଷଙ୍କ ମୋବାଇଲ୍‌ ନମ୍ବରକୁ ଲଗାତର ଏକ ଅଜଣା ବିଦେଶୀ ମୋବାଇଲ୍‌ ନମ୍ବରରୁ ଫୋନ୍‌ ଆସିଥିଲା। ବିଶାଲଙ୍କୁ ମୁକୁଳାଇବାକୁ ୧୦ ଲକ୍ଷରୁ ଅଧିକ ଟଙ୍କା ଦାବି କରାଯାଇଥିଲା। ଫୋନ୍‌ କରିଥିବା ଲୋକ ଇ˚ରାଜୀ ଏବ˚ ହିନ୍ଦୀ ଭାଷାରେ କଥା ହେଉଥିଲା। ଲଗାତର ତାଙ୍କ ମୋବାଇଲକୁ ୪ ଦିନ କାଳ ଫୋନ୍‌ ଆସିଥିଲା। ଶେଷରେ ୨୨ ତାରିଖରେ ବିଶାଲ କ୍ରାଇମ୍‌ବ୍ରାଞ୍ଚରେ ଏ ସ˚କ୍ରାନ୍ତରେ ଏତଲା ଦେଇଥିଲେ। ଏତଲା ଆଧାରରେ କ୍ରାଇମ୍‌ବ୍ରାଞ୍ଚ ଇନ୍‌ସ୍ପେକ୍ଟର ଅକ୍ଷୟ ନାୟକଙ୍କ ନେତୃତ୍ବରେ ତିନି ଜଣିଆ ଏସ୍‌ଆଇଟି ଗଠନ କରାଯାଇଥିଲା। ଧମକପୂର୍ଣ୍ଣ ଫୋନ୍‌ ଆସିଥିବା ଗ୍ୟାଙ୍ଗଷ୍ଟରଙ୍କ ନମ୍ବର, ହାଓଡା ଷ୍ଟେସନ୍‌ରୁ ଜବତ ହୋଇଥିବା ଭିଡିଓ ଫୁଟେଜ୍‌ ଏବ˚ ବୈଜ୍ଞାନିକ ପଦ୍ଧତିରେ ଜବତ ହୋଇଥିବା ପ୍ରମାଣ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ପଞ୍ଜାବର ଅମ୍ରିତସରରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚଢ଼ଉ କରି ବିଶାଲଙ୍କୁ ଠାବ କରିଥିଲା। କିନ୍ତୁ ଅପରାଧୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ଭାରତ ସମେତ ବିଦେଶର କିଛି ଅପରାଧୀ ଏଭଳି କାରନାମାରେ ସମ୍ପୃକ୍ତ ଥିବା କ୍ରାଇମ୍‌ବ୍ରାଞ୍ଚ ତଦନ୍ତରୁ ପ୍ରମାଣ ପାଇଛି। ବିଦେଶରୁ ଯେଉଁ ଫୋନ୍‌ କଲ ଆସିଥିଲା, ସମ୍ପୃକ୍ତ ଅପରାଧୀଙ୍କ ନିକଟରେ କ୍ରାଇମ୍‌ବ୍ରାଞ୍ଚ ପହଞ୍ଚିବାକୁ ଉଦ୍ୟମ ଚଳାଇଛି। ଖୁବ୍‌ଶୀଘ୍ର ଏକ ବଡ଼ ଗ୍ୟାଙ୍ଗର ପର୍ଦ୍ଦାଫାସ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର