ସମ୍ବଲପୁର: ବିଜୁ ଏକ୍‌ସପ୍ରେସ୍‌ ୱେରୁ ପୁଣିଥରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। କୋରାପୁଟରୁ ଉତ୍ତରପ୍ରଦେଶକୁ ହେଉଥିଲା ଏହି ଗଞ୍ଜେଇ ଚାଲାଣ। ଏ ନେଇ ସୂଚନା ପାଇବା ପରେ ସମ୍ବଲପୁର ଅବକାରୀ ଗୁଇନ୍ଦା ଟିମ୍ ଚଢ଼ଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଗୋଟିଏ କାର୍‌ ଜବତ କରିଛି।

Advertisment

ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ସୂଚନା ମିଳିବା ପରେ ଅବକାରୀ କମିସନର ଆଶିଷ୍ କୁମାର ସିଂଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଡେପୁଟି କମିସନର୍‌ ରାଜେନ୍ଦ୍ର ବୋଥ୍ରାଙ୍କ ତତ୍ତ୍ଵାବଧାନରେ ସମ୍ବଲପୁର ଅବକାରୀ ଗୁଇନ୍ଦା ଟିମ୍ ରବିବାର ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍‌ସପ୍ରେସ୍‌ ୱେରେ ପାଟ୍ରୋଲିଂ କରିଥିଲା। ଇନ୍‌ସପେକ୍ଟର ଶଶିକାନ୍ତ ଦତ୍ତଙ୍କ ନେତୃତ୍ବରେ ଥିବା ପାଟ୍ରୋଲିଂ ଟିମ୍‌ ଶାସନ ନିକଟରେ ଗାଡ଼ି ଯାଞ୍ଚ କରୁଥିବା ବେଳେ ଏକ ଚାରିଚକିଆ ଯାନ(ୟୁପି ୬୩ଜି ୦୧୭୯)ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲେ। ମୋଟ ୧୦୨ କେଜି ଗଞ୍ଜେଇକୁ ଅବକାରୀ ବିଭାଗ ଜବତ କରିଥିଲା, ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କହାଯାଇଛି। କାର୍‌ରେ ଥିବା ୨ ଅଭିଯୁକ୍ତ ମନୋଜ ରାଜବର(୨୫) ଓ ସନ୍ତୋଷ ପାଠକ(୪୭)କୁ ଅବକାରୀ ବିଭାଗ ଗିରଫ କରିଛି।