ଧର୍ମଶାଳା କଳାପଥର କେଳେଙ୍କାରୀ: ୧୦ ଲିଜ୍‌ଧାରୀଙ୍କୁ ହେବ ୪୨୦ କୋଟି ଜରିମାନା!

ଧର୍ମଶାଳା କଳାପଥର କେଳେଙ୍କାରୀ: ୧୦ ଲିଜ୍‌ଧାରୀଙ୍କୁ ହେବ ୪୨୦ କୋଟି ଜରିମାନା!

Khabar India

ଯାଜପୁର/ଚଢ଼େଇଧରା : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳର କଳାପଥର କେଳେଙ୍କାରୀର ଆଉ ଏକ ବିସ୍ଫୋରକ ତଥ୍ୟ ଏବେ ସାମ୍‌ନାକୁ ଆସିଛି। ୧୦ଜଣ ଲିଜ୍‌ଧାରୀ ଅନୁମତିଠାରୁ ଢେର୍‌ ଅଧିକ କଳାପଥର ଉତ୍ତୋଳନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୮ଲିଜ୍‌ଧାରୀଙ୍କୁ ତହସିଲ ପକ୍ଷରୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। କାରଣଦର୍ଶାଅ ନୋଟିସ୍‌ର ସମୟ ସୀମା ମଧ୍ୟ ଗତ ୪ତାରିଖରୁ ଶେଷ ହୋଇଯାଇଛି। ପ୍ରଶାସନ ଏବେ ଜରିମାନା ଧାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ରାଜସ୍ବ ଓ ପରିବେଶ ବିଭାଗ ପକ୍ଷରୁ ମୋଟ ୪୨୦ କୋଟି ଟଙ୍କା ଜରିମାନା ହୋଇପାରେ ବୋଲି ଆକଳନ କରାଯାଉଛି।

ତେବେ, ଅନ୍ୟ ଲିଜ୍‌ଧାରୀଙ୍କୁ ତହସିଲ ପକ୍ଷରୁ ଡ୍ରୋନ ମ୍ୟାପିଂ ପରେ ଅଧିକ ଖନନ ଜଣାପଡ଼ିବାରୁ ବେଆଇନ ଖନନ ଉପରେ କାହିଁକି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବ ନାହିଁ ବୋଲି କାରଣ ଦର୍ଶାଅ ନୋଟିସ୍ ଜାରି କରି ଏପ୍ରିଲ ୪ତାରିଖ ସୁଦ୍ଧା ଜବାବ ରଖିବାକୁ କୁହାଯାଇଥିଲା। ଏହି ସମୟ ସୀମା ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe