ଭୁବନେଶ୍ବର : ସ୍ବାସ୍ଥ୍ୟ ବିଭାଗର ୧୦ଜଣ ପ୍ରତିନିଧି ମଣ୍ଡଳୀ ୩୧ ତାରିଖରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଡାକ୍ତର ଓ ପାରାମେଡିକ୍ ଏକ୍ସପୋଜର ଭିଜିଟ୍‌ରେ ଦୁବାଇ ଯିବେ। ଔଷଧ ନିଗମର ପରିଚାଳନା ନିର୍ଦେଶିକା ପୋମା ଟୁଡ଼ୁ, ଅତିରିକ୍ତ ସଚିବ ଶୁଭାନନ୍ଦ ମହାପାତ୍ର, ସ୍ବାସ୍ଥ୍ୟ ନିର୍ଦେଶକ ଡା.ବିଜୟ ମହାପାତ୍ର, ଅତିରିକ୍ତ ଡିଏମ୍‌ଇଟି ଡା.ଉମାକାନ୍ତ ଶତପଥୀ, ବାରିପଦା ମେଡିକାଲ କଲେଜ ଅଧୀକ୍ଷକ ଡା.ପ୍ରତିଭା ପଣ୍ଡା,‌ କୋରାପୁଟ୍‌ର ସିଡିଏମ୍‌ଓ ଡା.ଅରୁଣ ପାଢ଼ୀ, ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସିଂ ଅଧିକାରୀ ପ୍ରତିମା ରାଉତ, କ୍ୟାପିଟାଲ ହସ୍ପିଟାଲ ଫାର୍ମାସିଷ୍ଟ ତାରିଣୀ ଚରଣ ପାତ୍ର, ଲାବ ଟେକ୍‌ନିସିଆନ ପ୍ରଶାନ୍ତ ଦାସ ଓ ମାଲାକାନିଗରି ହସ୍ପିଟାଲ ମ୍ୟାନେଜର ଶଶାଙ୍କ ଶେଖର ପଣ୍ଡିତ୍ରା ରହିଛନ୍ତି।