ଭାଲୁ ସହ ଲଢ଼ିଲେ ୧୦ ମିନିଟ୍‌

ନୀଳଗିରି: ନୀଳଗିରି ବ୍ଲକ୍‌ ଗରଡ଼ିହି ପଞ୍ଚାୟତ ଟିଆକଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁଇଟି ଛୁଆ ଓ ଗୋଟିଏ ମାଈ ଭାଲୁ ଜଣେ ଯୁବକଙ୍କୁ ଆକ୍ରମଣ କରିବା ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଆକ୍ରମଣର ଶିକାର ହୋଇଥିବା ଯୁବକଜଣକ ହେଲେ; ଟିଆକଟା ଗ୍ରାମର ରାଜେଶ ସିଂ (୪୦)।

ସେ ଆଜି ସକାଳ ପ୍ରାୟ ୮ଟା ବେଳେ ଗୋରୁ ଚରାଇବା ପାଇଁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ରାଜେଶ ପ୍ରାୟ ୧୦ ମିନିଟ୍‌ ଧରି ଭାଲୁ ସହ ଲଢ଼େଇ କରିଥିଲେ। ଏ ନେଇ ଜାଣିବା ପରେ ନିକଟରେ ଗୋରୁ ଚରାଉଥିବା କିଛି ଲୋକ ପହଞ୍ଚି ତାଙ୍କୁ ଭାଲୁ କବଳରୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର