ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତ ମୃତ, ମୋଟ ମୃତ୍ୟୁସଂଖ୍ୟା ୭ ଶହ ଟପିଲା

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବାବେଳେ ୮ ଜଣ ପୁରୁଷ ଅଛନ୍ତି । ଏହା ସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୭୦୧ରେ ପହଞ୍ଚିଛି ।

ମୃତକଙ୍କ ମଧ୍ୟରୁ ପୁରୀ ଓ କଟକ ଜିଲ୍ଲାର ଦୁଇଜଣ ଲେଖାଏଁ ଥିବାବେଳେ ଗଞ୍ଜାମ, ଖୋର୍ଦ୍ଧା, ମୟୁରଭଞ୍ଜ, କଳାହାଣ୍ଡି, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।

 

କଟକ ଜିଲ୍ଲାର ଜଣେ ୬୯ ବର୍ଷୀୟ ବୃଦ୍ଧ ଯିଏକି ମଧୁମେହ, ଉଚ୍ଚରକ୍ତଚାପ ରୋଗରେ ପୀଡ଼ିତ ଥିଲେ ତାଙ୍କର ମୃତ୍ୟୁହୋଇଛି । ପୂର୍ବରୁ ତାଙ୍କର କିଡନୀ ପ୍ରତ୍ୟାରୋପଣ ମଧ୍ୟ ହୋଇଥିଲା । କଟକର ଆଉ ଜଣେ ୮୪ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁହୋଇଛି । ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ । ପୁରୀର ଜଣେ ୬୦ ବର୍ଷୀୟ ମହିଳା ଓ ୫୪ ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି । ସେହିପରି କଳାହାଣ୍ଡିର ଜଣେ ୬୫ ବର୍ଷୀୟ ପୁରୁଷ, ଗଞ୍ଜାମର ୬୮ ବର୍ଷୀୟ ପୁରୁଷ, ଖୋର୍ଦ୍ଧାର ୯୨ ବର୍ଷୀୟ ପୁରୁଷ ଓ ମୟୁରଭଞ୍ଜର ୮୦ ବର୍ଷୀୟା ମହିଳାଙ୍କ ପରଲୋକ ହୋଇଛି । ଅନ୍ୟପକ୍ଷରେ ମଧୁମେହ ରୋଗରେ ପୀଡ଼ିତ ଥିବା ବଲାଙ୍ଗୀରର ୪୦ ବର୍ଷୀୟ ଓ ସମ୍ବଲପୁରର ୫୩ ବର୍ଷୀୟ ପୁରୁଷଙ୍କ ପରଲୋକ ହୋଇଛି ।

ସମ୍ବନ୍ଧିତ ଖବର