ଭୁବନେଶ୍ବର: ଆଜି ରାଜ୍ୟରେ ୧୪୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୧୦ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗଞ୍ଜାମରେ ସର୍ବାଧିକ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଖୋର୍ଦ୍ଧାରେ ୩ ଜଣଙ୍କ, ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏବେ ଗଞ୍ଜାମରେ ସର୍ବାଧିକ ମୃତ୍ୟୁସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ଅପରପକ୍ଷରେ ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁସଂଖ୍ୟା ୨୮କୁ ବୃଦ୍ଧି ପାଇଥିବା ଜଣାଯାଇଛି ।

Advertisment

ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏହି ୧୦ଜଣ କୋଭିଡ୍ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି | ଗଞ୍ଜାମ ଜିଲ୍ଲାର ଚାରି ଜଣ ମୃତକଙ୍କ ଭିତରୁ ଦୁଇ ପୁରୁଷଙ୍କର ବୟସ ୫୭ ବର୍ଷ। ଏବଂ ଦୁଇ ମହିଳାଙ୍କ ବୟସ ଯଥାକ୍ରମେ ୯୪ ଓ ୪୫ ବର୍ଷ। ଖୋର୍ଦ୍ଧା ଜିଲ୍ଲାର ଦୁଇ ମହିଳାଙ୍କ ବୟସ ଯଥାକ୍ରମେ ୭୮ ଓ ୬୦ ବର୍ଷ ଅନ୍ୟ ଜଣେ ପୁରୁଷଙ୍କ ବୟସ ହେଲା ୫୮ ବର୍ଷ। ଅପରପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ମୃତକ ପୁରୁଷଙ୍କ ବୟସ ୭୩ ବର୍ଷ। ଯାଜପୁରରେ ପ୍ରାଣହାନି ଘଟିଥିବା ମୃତକ ପୁରୁଷଙ୍କ ବୟସ ୮୦ ବର୍ଷ। କଳାହାଣ୍ଡି ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷଙ୍କର କରୋନାରେ ମୃତ୍ୟୁ ଘଟିଛି।

ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୯୧୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ମୋଟ୍ ୨୧,୨୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩,୪୦୪ ରହିଛି।