ଭୁବନେଶ୍ବର: ଆଜି ରାଜ୍ୟରେ ୨୯୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ୧୦ଜଣଙ୍କ ମୃତ୍ୟୁ ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୫ ଟି ଜିଲ୍ଲାରୁ ଏହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫ଜଣଙ୍କ ମୃତ୍ୟୁ ପଞ୍ଜିକୃତ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷରେ କଟକ, ନୟାଗଡ଼ ଏବଂ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ଗଞ୍ଜାମର ୫ ଜଣ ମୃତକଙ୍କ ମଧ୍ୟରେ ୪ ପୁରୁଷ ଓ ଜଣେ ମହିଳା ଅଛନ୍ତି। ୪ ପୁରୁଷଙ୍କ ବୟସ ୬୦, ୬୩, ୬୦ ଓ ୭୦ ବର୍ଷ। ସୁନ୍ଦରଗଡ଼ର ୨ ମୃତକ ପୁରୁଷଙ୍କ ବୟସ ୬୫ ଓ ୬୭ ବର୍ଷ।
ଅପରପକ୍ଷରେ ରାୟଗଡ଼ାର ଜଣେ ୫୫ ବର୍ଷିୟ ଓ କଟକର ଜଣେ ୭୫ ବର୍ଷ ବୟସ୍କ ପୁରୁଷଙ୍କର ବି ମୃତ୍ୟୁ ଘଟିଛି। ନୟାଗଡ଼ର ଯେଉଁ ପୁରୁଷ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି ତାଙ୍କର ବୟସ ୬୫ ବର୍ଷ। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯କୁ ବୃଦ୍ଧିପାଇଛି।
ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୫୪୪୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୬୦୨ ରହିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୫୩ ଜଣଙ୍କର ମୃତ୍ୟୁ ହୋଇଛି।