ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ଆଉ ୧୦ ଜଣଙ୍କ ପ୍ରାଣହାନି ଘଟିଛି। ମୃତକମାନଙ୍କ ମଧ୍ୟରେ ଗଞ୍ଜାମରୁ ୩ ଜଣ, ଭୁବନେଶ୍ବର, କଟକ, ବାଲେଶ୍ବର, ରାୟଗଡ଼ା, କଳାହାଣ୍ଡି, ନୟାଗଡ଼ ଓ କୋରାପୁଟରୁ ଜଣେ ଲେଖାଏଁ ଥିବା ଜଣାଯାଇଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୫୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
9.A 55-year old male of Nayagarh district who was also suffering from Diabetes & Hypertension.
10.A 60-year old male of Rayagada district who was also suffering from Diabetes & Hypertension.
— H & FW Dept Odisha (@HFWOdisha) September 7, 2020
ଗଞ୍ଜାମର ଯେଉଁ ୩ ଜଣ ପୁରୁଷଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ବୟସ ଯଥାକ୍ରମେ ୩୮, ୫୨ ଓ ୫୯ ବର୍ଷ। ଅପରପକ୍ଷରେ କଟକର ଜଣେ ୭୦ ବର୍ଷୀୟା ମହିଳାଙ୍କ ପ୍ରାଣହାନି ଘଟିଛି। ଠିକ୍ ସେହିପରି ଭୁବନେଶ୍ବର, ବାଲେଶ୍ବର, ରାୟଗଡ଼ା, କଳାହାଣ୍ଡି, ନୟାଗଡ଼ ଓ କୋରାପୁଟରୁ ଯେଉଁ ଜଣେ ଲେଖାଏଁ ପୁରୁଷ ଅଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୫୩, ୫୬, ୬୦, ୫୫, ୫୫ ଓ ୭୬ ବର୍ଷ।
ସୂଚନାଯୋଗ୍ୟ ଆଜି ରାଜ୍ୟରେ ୩୮୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୭୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୮୩ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୨୭ ହଜାର ୮୯୨କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏଣେ ରାଜ୍ୟରେ ମୋଟ୍ ୯୬୩୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୯୧୯ ରହିଛି।