ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଉ ୧୦ ସ୍ମାର୍ଟ ସ୍କୁଲ୍ ଲୋକାର୍ପିତ, ସାମିଲ ହେଲେ ୨୧ ଜଣ ବିଧାୟକ

ହିଞ୍ଜିଳିକାଟୁ/ଶେରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆଜି ‌ ଦ୍ବିତୀୟ ପର୍ଯ୍ୟାୟରେ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକ୍‌ର ଆଉ ୧୦ଟି ସ୍ମାର୍ଟ ସ୍କୁଲ୍ ଲୋକାର୍ପିତ ହୋଇଛି।

ଶେରଗଡ଼ ବ୍ଲକ୍‌ର ରୂପାନ୍ତରୀକରଣ ହୋଇଥିବା କୁମାରପାଣି ଉଚ୍ଚବିଦ୍ୟାଳୟ, ଲାଞ୍ଜିଆପଲ୍ଲୀ, କରଡ଼ାକଣା ଉଚ୍ଚବିଦ୍ୟାଳୟ, ତାକରଡ଼ା ସହିଦ ଉଚ୍ଚବିଦ୍ୟାଳୟ ଓ କୁଲାଗଡ଼ ମା’ କାଳୀ ଉଚ୍ଚବିଦ୍ୟାଳୟ ସ୍ମାର୍ଟ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ।

ଏହାକୁ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସଂଯୋଜନା କରିଥିଲେ। ସୂଚନା ଓ଼ ଲୋକ ସମ୍ପର୍କ ଏବଂ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ପଞ୍ଚାୟତିରାଜ, ଗୃହ ଓ଼ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଜେନା, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ସମବାୟ ଓ଼ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିଥିଲେ।

ସେହିପରି ହିଞ୍ଜିଳିକାଟୁ ବ୍ଲକ୍‌ର ୫ଟି ସ୍ମାର୍ଟସ୍କୁଲ୍‌କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ଶାସନ ଆମ୍ବଗାଁ ବୃନ୍ଦାବନ ନାୟକ ସ୍ମୃତି ବିଦ୍ୟାପୀଠରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଓ ଆଠମଲିକ ବିଧାୟକ ରମେଶ ଚନ୍ଦ୍ର ସିଅ, ସରକାରୀ ଉଚ୍ଚବିଦ୍ୟାଳୟ ଦୁର୍ବନ୍ଧ‌ରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ, ଗ୍ରାମପଞ୍ଚାୟତ ବିଦ୍ୟାଳୟ ସାହାପୁରରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଓ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା , ଭଗବତୀ ବିଦ୍ୟାପୀଠ ବୁରୁପଡ଼ା ଉଚ୍ଚବିଦ୍ୟାଳୟରେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଓ ବ୍ରଜନଗର ବିଧାୟକ କିଶୋର କୁମାର ମହାନ୍ତି, ଜେସିସି ହାଇସ୍କୁଲ ଭାବନ୍ଧରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର