ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାର ମୁକାବିଲା ପାଇଁ ଭାରତରେ ୨୧ ଦିନିଆ ତାଲାବନ୍ଦ ଘୋଷଣା କରିବା ପରେ ବି କିଛି ଲୋକ ଏହାର ନିୟମ ଉଲ୍ଲଂଘନ କରୁଥିବାର ଅଭିଯୋଗ ହୋଇ ଆସୁଛି। ଏପରିକି ସ୍ଥାନୀୟ ପ୍ରଶାସନର ତାଗିଦକୁ ବି ଖାତିର କରୁନାହାନ୍ତି କିଛି ଲୋକ। ଆଜି ଏଭଳି ଏକ ଘଟଣା ସକାଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଥିଲା।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳେ ଏମକେସିଜି ଗ୍ରାଉଣ୍ଡରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇଟି ଟିମ୍ ଦ୍ୱାରା ୧୦ଜଣ ପ୍ରାତଃ ଭ୍ରମଣକାରୀ ଧରାପଡ଼ିଥିଲେ | ସେମାନଙ୍କୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଟକ ରଖାଯାଇଥିଲା। କିଛି ଦିନ ହେବ ପ୍ରାତଃ ଭ୍ରମଣ ଲାଗି ବାହାରକୁ ନ ଯିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ତାଗିଦ୍ କରାଯାଇଥିଲେ ବି ଆଜି ଏହି ୧୦ଜଣ ତାକୁ ଅମାନ୍ୟ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇଟି ଟିମ୍ ଦ୍ବାରା ଧରାପଡ଼ିଥିଲେ|
/sambad/media/post_attachments/wp-content/uploads/2020/04/mkcg6-300x173.jpg)
ସେମାନଙ୍କୁ ୧୪ ଦିନ ଲାଗି ସଙ୍ଗରୋଧରେ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା | କିନ୍ତୁ, ପ୍ରାତଃ ଭ୍ରମଣକାରୀମାନେ ଭବିଷ୍ୟତରେ କେବେ ହେଲେ ଏଭଳି ନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ସେମାନଙ୍କୁ ମୁକ୍ତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/mkcg.jpg)