ବିଶ୍ରା: ଗୁରୁବାର ଝାଡ଼ଖଣ୍ଡ ସିପିଆଇ ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍କା ଲାଗିଥିବାବେଳେ ସୁରକ୍ଷାବାହିନୀକୁ ମିଳିଛି ବଡ଼ ସଫଳତା। ଚାଇବସା ଏସ୍ପିଙ୍କ କାର୍ଯ୍ୟାଳୟରେ ସଙ୍ଗଠନର ୧୦ ସଦସ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଓ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ଯୁବକ ଓ ୪ ଜଣ ଯୁବତୀ ଅଛନ୍ତି। ସମସ୍ତଙ୍କ ବୟସ ୧୮ରୁ ୨୨ ବର୍ଷ ମଧ୍ୟରେ ହେବ। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଉଛନ୍ତି ଟୋଣ୍ଟୋ ଗାନ୍ଧୀଟୋଲାର ରାଣ୍ଡୋ ବୋଇପାଇ ଓରଫ୍ କାନ୍ତି ବୋଇପାଇ (୨୨), ଗୋଇଲକେରାର ଗାର୍ଡି କୋଡ଼ା (୨୦), ଗୋମେୟା କୋଡ଼ା ଓରଫ୍ ଟାର୍ଜନ (୨୦), ସାବିତ୍ରୀ ଗୋପ ଓରଫ୍ ଫୁଟବଲ୍ (୧୮), ଗିତିଲଗୁଟୁଟୋଲାର ଜନ୍ ଓରଫ୍ ଜୋହର ପୂର୍ତ୍ତି (୨୦), ଛୋଟାନାଗ୍ରାର ନିରସୋ ସିଡୁ ଓରଫ୍ ଆଶା(୨୦), ସାରାଜୋମ୍ବୁରୁଟଣ୍ଟୋର ଘୋନୋର ଦେବଗାମ (୧୮), ଟଣ୍ଟୋର କାଇରା କୋଡ଼ା (୨୦), ଚାଇବସାର କାରି କାୟାମ ଓରଫ୍ ଗୁଲାଞ୍ଚି (୨୨) ଓ ତାମରୁ ଗ୍ରାମର ପ୍ରଦୀପସିଂହ ମୁଣ୍ଡା (୨୦)। ଝାଡ଼ଖଣ୍ଡ ସରକାରଙ୍କ ପ୍ରତ୍ୟର୍ପଣ ଓ ପୁନର୍ବାସ ନୀତିରେ ପ୍ରଭାବିତ ହୋଇ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି। ବର୍ଷ ଶେଷସୁଦ୍ଧା ଝାଡ଼ଖଣ୍ଡରୁ ମାଓବାଦୀ କାର୍ଯ୍ୟକଳାପ ଲୋପ ପାଇବ ବୋଲି ଡିଜିପି ଅନୁରାଗ ଗୁପ୍ତା କହିଛନ୍ତି। ସୂଚନାଯୋଗ୍ୟ, ତିନିଦିନ ପୂର୍ବରୁ ମାଓ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା ଯେ ସଂଗଠନ ଅସ୍ତ୍ରଶସ୍ତ୍ର ସମର୍ପଣ କରିବନାହିଁ। ମାତ୍ର ପୁଲିସକୁ କ୍ରମାଗତ ଭାବେ ମିଳୁଥିବା ସଫଳତା ଓ ଚାପ ଯୋଗୁ ନକ୍ସଲମାନେ ଆତ୍ମସମର୍ପଣ କରିଥିବା ଅନୁମାନ କରାଯାଉଛି। ଗତ ୩ ବର୍ଷ ମଧ୍ୟରେ ଏହି ସଂଖ୍ୟା ୨୬ରେ ପହଞ୍ଚିଛି। ଏହି ସମୟରେ ଏନ୍କାଉଣ୍ଟରରେ ୧୦ରୁ ଅଧିକ ନକ୍ସଲ ନିହତ ହୋଇଛନ୍ତି।
ଚାଇବସାରେ ୧୦ ନକ୍ସଲଙ୍କ ଆତ୍ମସମର୍ପଣ
ଗୁରୁବାର ଝାଡ଼ଖଣ୍ଡ ସିପିଆଇ ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍କା ଲାଗିଥିବାବେଳେ ସୁରକ୍ଷାବାହିନୀକୁ ମିଳିଛି ବଡ଼ ସଫଳତା। ଚାଇବସା ଏସ୍ପିଙ୍କ କାର୍ଯ୍ୟାଳୟରେ ସଙ୍ଗଠନର ୧୦ ସଦସ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଓ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି।
/sambad/media/media_files/2025/09/26/sfhhffh-2025-09-26-01-42-48.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)