ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ଫେରିଲେ ଫସିଥିବା ୧୦ ଓଡ଼ିଆ ଯୁବକ 

ଭୁବନେଶ୍ୱର: ଗୋଟିଏ ଟ୍ୱିଟ ଯୋଗୁଁ ଓଠରେ ଖେଳିଛି ହସ | ଏହି କାହାଣୀ ଏମିତି କିଛି ଓଡ଼ିଆ ଯୁବକଙ୍କର ଯେଉଁମାନେ ଦିନେ ବୁଲିବାକୁ ଯାଇ ଫସିଯାଇଥିଲେ | ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ଫେରିଆସିଛନ୍ତି ୧୦ ଜଣ ଓଡ଼ିଆ ଯୁବକ | ଏହି ଯୁବକମାନେ ଥାଇଲାଣ୍ଡ ବୁଲିବାକୁ ଯାଇଥିବାବେଳେ ବିମାନବନ୍ଦରରେ ସେମାନଙ୍କୁ ଅଟକ ରଖାଯାଇଥିଲା |

ଯୁବକମାନଙ୍କ ପାସପୋର୍ଟ ଥାଇଲାଣ୍ଡର ସୁରକ୍ଷାକର୍ମୀ ରଖିଦେଇଥିବାବେଳେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ ଯୋଗେ ଏହି ଯୁବକମାନଙ୍କ ବନ୍ଧୁ ଜଣାଇଥିଲେ | ମୁଖ୍ୟମନ୍ତ୍ରୀ ଏହା ପରେ ବୈଦେଶିକ ମନ୍ତ୍ରାଳୟ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଓଡ଼ିଆ ଯୁବକମାନଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ |

ଯାହାଫଳରେ ଓଡ଼ିଆ ଯୁବକମାନେ ଏବେ ଫେରିପାରିଛନ୍ତି  | ସୁନ୍ଦରଗଡର ରାଜଗାଙ୍ଗପୁର, ବୀରମିତ୍ରପୁର ଓ ରାଉରକେଲା ଅଞ୍ଚଳର କିଛି ଯୁବକ ଥାଇଲାଣ୍ଡ ବୁଲିବାକୁ ଯାଇଥିଲେ | ତେବେ ଥାଇଲାଣ୍ଡରେ ଏମାନଙ୍କ ପାସପୋର୍ଟକୁ ରଖାଯିବା ସହ ଅଟକ ରଖାଯାଇଥିଲା | ତେବେ ଓଡ଼ିଆ ଯୁବକଙ୍କୁ ଫେରାଇଆଣିବାକୁ ମୁଖ୍ୟମନ୍ତ୍ରୀ ପ୍ରୟାସ କରିଥିଲେ | ଶେଷରେ ନିଜ ଘରକୁ ଓଡ଼ିଆ ଯୁବକମାନେ ଫେରିପାରିଛନ୍ତି |

ସମ୍ବନ୍ଧିତ ଖବର