ଡିସେମ୍ବର ଯାଏ ଚାଲିବ ୧୦ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର : ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଚଳା‌ଚଳ କରୁଥିବା କେତେକ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନ ସେବାକୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହା ମଧ୍ୟରେ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସେବାକୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବୃଦ୍ଧି ଏବଂ ୧୦ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ସେବାକୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ବଢ଼ାଯାଇଛି। ଡିସେମ୍ବର ଶେଷ ପର୍ଯ୍ୟନ୍ତ ଚଳାଚଳ ବୃଦ୍ଧି ହୋଇଥିବା ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ହେଲା ହଟିଆ-ଯଶୋବନ୍ତପୁର-ହଟିଆ ସ୍ୱତନ୍ତ୍ର ଟ୍ରେନ୍( ୦୨୮୩୫/୦୨୮୩୬) ହଟିଆରୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ଓ ଯଶୋବନ୍ତପୁରରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ହାଓଡ଼ା-ମହୀଶୂର-ହାଓଡ଼ା ସ୍ବତନ୍ତ୍ର ଟ୍ରେନ୍‌(୦୮୧୧୭/୦୮୧୧୮) ଡିସେମ୍ବର ୩୧ ପର୍ଯ୍ୟନ୍ତ ଓ ମହୀଶୂରରୁ ଜାନୁଆରି ୨ ପର୍ଯ୍ୟନ୍ତ ଚଳାଚଳ କରିବ।

ସେହିପରି ହାଓଡ଼ା-ହାଇଦ୍ରାବାଦ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍(୦୮୬୪୫/୦୮୬୪୬), ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍( ୦୨୮୭୩/୦୨୮୭୪), ହାଓଡ଼ା-ଭାସ୍କୋଡାଗାମା-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍( ୦୮୦୪୭/୦୮୦୪୮), ହାଓଡ଼ା-ପଣ୍ଡିଚେରୀ-ହ‌ାଓଡ଼ା ସ୍ୱତନ୍ତ୍ର ଟ୍ରେନ୍(୦୨୮୬୭/୦୨୮୬୮), ହାଓଡ଼ା-ପୁରୀ-ହାଓଡ଼ା ସ୍ବତନ୍ତ୍ର ଟ୍ରେନ୍‌(୦୨୮୩୭/୦୨୮୩୮), ହାଓଡ଼ା-ଏର୍ଣ୍ଣାକୁଲମ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍(୦୨୮୭୭/୦୨୮୭୮), ସାଲିମାର-ସିକନ୍ଦରାବାଦ-ସାଲିମାର ସ୍ୱତନ୍ତ୍ର ଟ୍ରେନ୍(୦୨୪୪୯/୦୨୪୫୦), ହଟିଆ-ବେଙ୍ଗାଲୁରୁ କ୍ୟାଣ୍ଟ-ହଟିଆ ସ୍ୱତନ୍ତ୍ର ଟ୍ରେନ୍(୦୮୬୩୭/୦୮୬୩୮) ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ମଙ୍ଗଳବାର ହାଓଡ଼ାରୁ ଛାଡୁଥିବା ଏବଂ ଗୁରୁବାର ଯଶୋବନ୍ତପୁରରୁ ଛାଡୁଥିବା ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା( ୦୮୦୮୭/୦୮୦୮୮) ଏସି ସ୍ବତନ୍ତ୍ର ସେବା ହା‌ଓଡ଼ାରୁ ଜାନୁଆରି ୪ରୁ ଏବଂ ଯଶୋବନ୍ତପୁରରୁ ଜାନୁଆରି ୬ରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚାଲିବ। ପ୍ରତି ଶନିବାର ହାଓଡ଼ାରୁ ଓ ରବିବାର ତିରୁପତିରୁ ଛାଡ଼ୁଥିବା ହାଓଡ଼ା-ତିରୁପତି-ହା‌ଓଡ଼ା(୦୮୦୮୯/୦୮୦୯୦) ଏସି ସ୍ବତନ୍ତ୍ର ହାଓଡ଼ାରୁ ସେପ୍ଟେମ୍ବର ୧୧ରୁ ଏବଂ ତିରୁପତିରୁ ସେପ୍ଟେମ୍ବର ୧୨ରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

ସମ୍ବନ୍ଧିତ ଖବର