ଭୁବନେଶ୍ୱର: ରାଜ୍ୟ ସରକାର ବାହାରେ ଫସିଥିବା ଓଡ଼ିଆମାନଙ୍କୁ ଆଣିବା ପାଇଁ ୧୦ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । କେରଳ ପାଇଁ ଏମ ମୁଥୁକୁମାର, ଦିଲ୍ଲୀ ଏନସିଆର ପାଇଁ ସଂଜୀବ ମିଶ୍ର, ବିହାର ଓ ଝାଡ଼ଖଣ୍ଡ ଦାୟିତ୍ୱରେ ମହମଦ ସିଦ୍ଦିକ ଆଲାମ, ମହାରାଷ୍ଟ୍ର ପାଇଁ ରାଜେଶ ପି ପାଟିଲ, ତାମିଲନାଡୁ ପାଇଁ ଚିତ୍ରା ଅରୁମୁଗମ, ପଶ୍ଚିମବଙ୍ଗ ପାଇଁ ଭାସ୍କର ଜ୍ୟୋତି ଶର୍ମା, ଗୁଜୁରାଟ ପାଇଁ ନୀତିନ ଜାୱାଲେ, ତେଲେଙ୍ଗାନା ପାଇଁ ୱାଇ ବିଜୟ, ଆନ୍ଧ୍ରପ୍ରଦେଶ ପାଇଁ ବି ପରମେଶ୍ୱରମ ଏବଂ ଅନ୍ୟ ସମସ୍ତ ରାଜ୍ୟ ପାଇଁ ଅମିତାଭ ଠାକୁରଙ୍କୁ ଦାୟିତ୍ୱ ମିଳିଛି ।

Advertisment

କରୋନାର ଚତୁର୍ଥ ପର୍ଯ୍ୟାୟ ମୁକାବିଲା ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ବିଦେଶ ଫେରନ୍ତାଙ୍କ ଉପରେ ନଜର ରହିଥିଲା, ଦ୍ୱିତୀୟ ପର୍ଯ୍ୟାୟରେ ନିଜାମମୁଦ୍ଦିନ ଲିଙ୍କ ଉପରେ ରହିଥିଲା ନଜର । ତୃତୀୟ ପର୍ଯ୍ୟାୟରେ କୋଲକାତା ତଥା ରାଜ୍ୟ ବାହାରୁ ଫେରିଥିବା ଲୋକଙ୍କ ଉପରେ ଦୃଷ୍ଟି ଦିଆଯାଉଥିବାବେଳେ ଚତୁର୍ଥ ପର୍ଯ୍ୟାୟରେ ବାହାର ରାଜ୍ୟରୁ ଫେରିବାକୁ ଥିବା ଶ୍ରମିକଙ୍କ ଉପରେ ରହିବ ନଜର। ଏନେଇ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।