୧୦ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ପଦୋନ୍ନତି

ଭୁବନେଶ୍ବର : ରାଜ୍ୟ ସରକାର ଆଜି ୧୦ ଜଣ ବରିଷ୍ଠ ଓଡ଼ିଶା ପ୍ରାଶସନିକ ସେବାର ଅଧିକାରୀଙ୍କୁ ସୁପରିୟର ଆଡ୍‌ମେନିଷ୍ଟ୍ରେଟିଭ୍‌ ଗ୍ରେଡ(ଏସଏଜି)କୁ ଆଡ୍‌ହକ ଭିତ୍ତିରେ ପଦୋନ୍ନତି ଦେଇଛନ୍ତି। ପଦୋନ୍ନତି ପାଇଥିବା ୯ ଜଣ ଅଧିକାରୀ ବର୍ତ୍ତମାନ ଯେଉଁ ସ୍ଥାନରେ କାର୍ଯ୍ୟ କରୁଛନ୍ତି ପଦୋନ୍ନତି ପାଇ ସେହି ସ୍ଥାନରେ କାମ କରିବେ। କେବଳ ଅନୁଗୁଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତ୍ତିରାୟଙ୍କୁ ପଦୋନ୍ନତି ସହିତ ଓଡ଼ିଶା ବ୍ରିଜ୍‌ ଆଣ୍ଡ୍ କନ୍‌ଷ୍ଟ୍ରକ୍ସନ କର୍ପୋରେସନ୍‌ ଲିମିଟେଡ୍‌ର ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟ ପଦୋନ୍ନତି ପାଇଥିବା ଅଧିକାରୀମାନେ ହେଲେ ପୁରୀ ପୌରପାଳିକାର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ତଥା ‘ଆହାର’ ଓଏସ୍‌ଡି କଲ୍ୟାଣ କୁମାର ରଥ, ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ନୃସିଂହଚରଣ ସ୍ବାଇଁ, ଯୁଗ୍ମ ନିର୍ବାଚନ ଅଧିକାରୀ ଭବାନୀ ପ୍ରସାଦ ରାୟ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଶୁଭଶ୍ରୀ ନନ୍ଦ, ରାମାଦେବୀ ମହିଳା ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍‌ ଶ୍ୟାମଳୀ ମହାପାତ୍ର, ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ବିଜୟ କୁମାର ପୃଷ୍ଟି, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ଯୁଗ୍ମ ସଚିବ ମହେଶ୍ବର ପାଣିଗ୍ରାହୀ, ଷ୍ଟିଲ ଓ ଖଣି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାଳୀପ୍ରସନ୍ନ ମହାପାତ୍ର।

ସମ୍ବନ୍ଧିତ ଖବର