୧୦ ବରିଷ୍ଠ ଓଏଏସ୍‌ଙ୍କୁ ଅଦଳବଦଳ

ଭୁବନେଶ୍ୱର : ଆଜି ରାଜ୍ୟ ସରକାର ୧୦ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ପୁରନ୍ଦର ଧରୁଆଙ୍କୁ ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ଶୈଳେନ୍ଦ୍ର କୁମାର ଦ୍ୱିବେଦୀଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ଭାବେ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ଜୟନ୍ତ ନାରାୟଣ ଷଡଙ୍ଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗକୁ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ଏମାନଙ୍କ ବ୍ୟତୀତ ଆଉ ୭ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ମଧ୍ୟ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର