ରାଉରକେଲାରେ ଅମାନିଆ ମାନିଲେନି କଟକଣା: ୧୦ ଦୋକାନ ସିଲ୍, ୧ ଲକ୍ଷ ୧୫ହଜାର ୭୯୦ ଟଙ୍କା ଜରିମାନା ଆଦାୟ

ରାଉରକେଲା: କରୋନା ସଂକ୍ରମଣରେ ବ୍ରେକ ଲଗାଇବାକୁ ଚାଲିଛି ୧୪ ଦିନିଆ ଲକ ଡାଉନ। କିଛି ଅମାନିଆ କଟକଣା ନ ମାନି ଦୋକାନ ଖୋଲିଥିବାରୁ ଚଢ଼ଉ କରିଛି ଆରଏମସି ଓ ପୁଲିସ ଏନଫୋର୍ସମେଣ୍ଟ ଟିମ। ଛେଣ୍ଡ ଭିଏସଏସ ମାର୍କେଟରେ ୫ଟି, ସେକ୍ଟର – ୧୯ ଇସ୍ପାତ ମାର୍କେଟରେ ୪ଟି ଓ ରାଉରକେଲା ମୁଖ୍ୟ ବଜାର ଗୋଟିଏ ଏମିତି ମୋଟ ୧୦ ଟି ଦୋକାନ ସିଲ କରିଛି।

ସେମିତି ମାସ୍କ ପିନ୍ଧି ନ ଥିବାରୁ ଅମାନିଆଙ୍କ ଠାରୁ ପୁଲିସ ୧ ଲକ୍ଷ ୧୫ ହଜାର ୭୯୦ଟଙ୍କା ଜରିମାନା ଆଦାୟ କରିଛି ପୁଲିସ। ଓଡ଼ିଶା – ଝାରଖଣ୍ଡ ସୀମାନ୍ତରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ନୂଆଗାଁର ସରୋଡା ଓ ବିଶ୍ରାର ମହିପାଣି ଚେକ ଗେଟରେ ପୁଲିସ ରାଉରକେଲା ଆସୁଥିବା ଗାଡ଼ିଗୁଡ଼ିକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି।

ସମ୍ବନ୍ଧିତ ଖବର