ମୁର୍ଗା ମହାଦେବ ପୀଠରେ ୧୦ ହଜାର କାଉଡ଼ିଆ

ଚମ୍ପୁଆ: ଚମ୍ପୁଆ ଉପଖଣ୍ତ ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ମୁର୍ଗା ଗ୍ରାମରେ ଥିବା ପୁରାତନ ଏୗତିହାସିକ ଶୌବପୀଠ ମୁର୍ଗା ମହାଦେବ ମନ୍ଦିରରେ ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାରରେ ପ୍ରାୟ ୧୦ ହଜାର କାଉଡ଼ିଆ ଜଳଲାଗି କରିଛନ୍ତି। ଆଜି ମନ୍ଦିର ପରିସର ଏ ନେଇ ଉତ୍ସବ ମୁଖର ହୋଇଉଠିଥିଲା। ମନ୍ଦିର କମିଟି ସୂତ୍ରରୁ ଜଣାପଡିଛି, ଆଜି ରାତି ୨ଟା ବେଳେ ମନ୍ଦିର ଖୋଲାଯାଇ ରୀତିନୀତି ଅନୁଯାୟୀ ଶ୍ରୀ ଶ୍ରୀ ଧବଳେଶ୍ବର ମହାଦେବଙ୍କ ପୂଜାର୍ଚ୍ଚନା ପରେ କାଉଡ଼ିଆ ଲମ୍ବା ଲାଇନରେ ମହାଦେବଙ୍କ ଠାରେ ଜଳାଭିଷେକ କରିଥିଲେ।

ମନ୍ଦିର ପରିସରରେ ବିଭିନ୍ନ ଦୋକାନ ବଜାର ଖୋଲାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ହୋଇଥିଲେ। ସୀମାନ୍ତ ଝାଡଖଣ୍ତ ରାଜ୍ୟ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ ଆଜି ଏଠାରେ ପହଞ୍ଚି ସକାଳୁ ସନ୍ଧ୍ୟା ଯାଏଁ ମହାଦେବଙ୍କ ଦର୍ଶନ କରିବା ସହ ଜଳଲାଗି କରିଥିଲେ ବୋଲି କମିଟିର ମୁଖ୍ୟ ବୀର ନାଏକ କହିଛନ୍ତି।

ସମ୍ବନ୍ଧିତ ଖବର