କାଳିଆପାଣି: ସୁକିନ୍ଦା ଥାନା ବନ୍ଧଗାଁରେ ବୁଲୁଥିବା ଜଣେ ଫେରିବାଲା ଗତକାଲି ସେହି ଗାଁର ଗୋପିନାଥ ବେହେରାଙ୍କ ପୁଅ ଭାସ୍କର ଠାରୁ ୯ ହଜାର ୯ ଶହ ଟଙ୍କା ଠକି ନେଇ ଚମ୍ପଟ୍ ମାରିଥିବା ଅଭିଯୋଗ ହୋଇଛି। ବଙ୍ଗାଳି ଫେରିବାଲା ମେହରୁଲ୍ ହକ୍ ପାଖରୁ ଭାସ୍କର ବେଡ଼ସିଟ୍ ଓ ସପ ଇତ୍ୟାଦି କିଣିଥିଲେ।
ତାକୁ ସେ ଫୋନ୍-ପେ ମାଧ୍ୟମରେ ୧୧ ଶହ ଟଙ୍କା ପୈଠ କରିବାକୁ ଥିଲା। ସରଳତାର ସୁଯୋଗ ନେଇ ମେହରୁଲ୍ କୌଶଳରେ ଭାସ୍କରଙ୍କ ହାତରୁ ମୋବାଇଲ୍ ନେଇ ୧୧ଶହ ଟଙ୍କା ନେବା ବଦଳରେ ୧୧ ହଜାର ଟଙ୍କା ଲୁଟି ନେଇଥିଲା। କିଛି ସମୟ ପରେ ଭାସ୍କର ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଯେତେ ଫୋନ୍ କଲେ ମଧ୍ୟ ମେହରୁଲ ଫୋନ୍ ଉଠାଉ ନଥିବା ଅଭିଯୋଗ ହୋଇଛି। ନିରାଶ ହେବା ପରେ ଭାସ୍କର ଏସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିଛନ୍ତି। ତଦନ୍ତ ଜାରି ରହିଥିବା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/18-12.jpg)