ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ ବାଲିହରଚଣ୍ତୀ ବିଟ୍ ସାମନା ସମୁଦ୍ରକୂଳରୁ ଆଜି ବନ ବିଭାଗ ଏକ ବିରାଟକାୟ ତିମିର ମୃତ ଦେହ ଉଦ୍ଧାର କରିଛି। ମୃତ ତିମିର ଲମ୍ବ ୨୦ ଫୁଟ୍, ଗୋଲେଇ ୧୨ ଫୁଟ୍ ଏବଂ ଓଜନ ୧୦ ଟନ୍ ହେବ। ବ୍ୟବଚ୍ଛେଦ ପରେ ଏହାକୁ ସମୁଦ୍ରକୂଳ ବାଲିରେ ପୋତି ଦିଆଯାଇଛି। ଆଜି ସକାଳେ ମୋଟ ଗାଁ’ର କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯିବା ବେଳେ ଏକ ମଲା ତିମି ଭାସୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ବ୍ରହ୍ମଗିରି ରେଞ୍ଜ ଅଧିକାରୀ ରଜତ କୁମାର ମହାପାତ୍ରଙ୍କ ନେତୃତ୍ବରେ ଏକ ୮ ଜଣିଆ ଟିମ ନଦୀ ପାର୍ ହୋଇ ସମୁଦ୍ରକୂଳରେ ପହଞ୍ଚିଥିଲା। ମୃତଦେହ କୂଳକୁ ଅଣାଯିବା ପରେ ବ୍ରହ୍ମଗିରି ସହକାରୀ ପ୍ରାଣୀ ଚିକିତ୍ସକ ଡାକ୍ତର ପ୍ରୀତିତୋଷ ମହାପାତ୍ର ବ୍ୟବଚ୍ଛେଦ କରିଥିଲେ। ତିମି ଶବ ସମ୍ପୂର୍ଣ୍ଣ ଗଳିତ ହୋଇ ଯାଇଥିବା ବେଳେ ଏହାର ଯକୃତ, ଫୁସ୍ଫୁସ୍ ସଂଗ୍ରହ କରାଯାଇ ହାଇଦ୍ରାବାଦସ୍ଥିତ ସେର୍ ଫର୍ ସେଲୁଲାର ଆଣ୍ତ ମୋଲିକୁଲାର ବାୟୋଲୋଜି (ସିସିଏମ୍ବି) ପରୀକ୍ଷଣଗାରକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିବା ପରେ ତିମି ମୃତ୍ୟୁ କାରଣ ଏବଂ ଏହା କେଉଁ ପ୍ରଜାତିର ତାହା ଜଣାପଡିବ ବୋଲି ରେଞ୍ଜ ଅଧିକାରୀ ଶ୍ରୀ ରାଉତ କହିଛନ୍ତି।
୧୦ ଟନ୍ ଓଜନ ତିମିର ଶବ ଉଦ୍ଧାର
/sambad/media/post_attachments/wp-content/uploads/2019/03/Untitled-12-9.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)