ଆଜି ଓଡ଼ିଶାରେ ପହଞ୍ଚିବ ଆଉ ୧୦ ଟ୍ରେନ୍‌

ଭୁବନେଶ୍ବର : ଓଡ଼ିଶାକୁ ଟ୍ରେନ୍‌ରେ ପ୍ରବାସୀ ଓଡ଼ିଆଙ୍କ ଆଗମନ ବଢ଼ି ଚାଲିଛି। ୨୭ ତାରିଖ ସୁଦ୍ଧା ଓଡ଼ିଶାରେ ୧୪୧ଟି ଟ୍ରେନ୍‌ ଓଡ଼ିଶାକୁ ଆସିଥିବା ବେଳେ ଆଜି ଆଉ ୧୪ଟି ଟ୍ରେନ୍‌ ପହଞ୍ଚିଛି। ସୁରତରୁ ୩ଟି ଟ୍ରେନ୍‌ ଆସି ବ୍ରହ୍ମପୁରରେ ପହଞ୍ଚିଛି। ଏହାବ୍ୟତୀତ ଗୁଜରାଟର ଉଦ୍ଧନରୁ ଦୁଇଟି ଟ୍ରେନ୍‌ ନିର୍ଗୁଣ୍ଡି ଷ୍ଟେସନ୍‌ରେ ପହଞ୍ଚିଛି। ‌ସେହିପରି ବାଲେଶ୍ବରରେ ୫ଟି ଟ୍ରେନ୍‌ ଲାଗିଥିବା ବେଳେ ଭଦ୍ରକରେ ୩ଟି ଓ କଟକରେ ଗୋଟିଏ ଟ୍ରେନ୍‌ ଲାଗିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଗୁରୁବାର ତଥା ଆଜି ଆଉ ୧୦ଟି ଟ୍ରେନ୍‌ ଓଡ଼ିଶା ଅଭିମୁ‌ଖେ ବାହାରିଛି। ସୁରତରୁ ବ୍ରହ୍ମପୁର ଅଭିମୁଖେ ୩ଟି ଟ୍ରେନ୍‌ ଆସୁଛି। ଏହାବ୍ୟତୀତ ସୁରତରୁ ନିର୍ଗୁଣ୍ଡିକୁ ଦୁଇଟି ଟ୍ରେନ୍‌, ଚେନ୍ନାଇରୁ ବ୍ରହ୍ମପୁର, ଗୁଜରାଟର ଭାବନଗରରୁ ଭୁବନେଶ୍ବର, ସୁରତରୁ ବାଲେଶ୍ବର, ମହାରାଷ୍ଟ୍ରର ପାନଭେଲ୍‌ରୁ ବାଲେଶ୍ବର ଓ ପଣ୍ଡିଚେରିର କରାଇକେଲାରୁ ବାଲେଶ୍ବରକୁ ଗୋଟିଏ ଲେଖାଏଁ ଟ୍ରେନ୍‌ ଆସୁଥିବା ସୂଚନା ମିଳିଛି। ଏହି ଟ୍ରେନ୍‌ଗୁଡ଼ିକ ଶୁକ୍ରବାର ରାତି ସୁଦ୍ଧା ନିର୍ଧାରିତ ଷ୍ଟେସନ୍‌ରେ ପହଞ୍ଚିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର