ବ୍ରହ୍ମପୁର: ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାର ଶୁଣାଣି କରି ଏଡିଜେ-୨ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍ ଜଗଦୀଶପ୍ରସାଦ ମହାନ୍ତି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବା ଯୋଗୁଁ ଜଣେ ଅଭିଯୁକ୍ତକୁ ୧୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡିର ପ୍ରଭାତ ନାୟକ ଓରଫ୍ ରିଙ୍କୁ। ଗତ ୨୦୧୮ ଜାନୁଆରି ୧୨ତାରିଖରେ ରିଙ୍କୁ ଜନୈକା ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ବୈଦ୍ୟନାଥପୁର ଥାନା ପୁଲିସ କେସ୍ ନମ୍ବର ୧୫/୧୮ରେ ମାମଲା ରୁଜୁ କରି ରିଙ୍କୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବୈଦ୍ୟନାଥପୁର ଥାନା ପୁଲିସ୍ କୋର୍ଟରେ ଆବଶ୍ୟକ ପ୍ରମାଣ ଓ ଚାର୍ଜସିଟ୍ ଦାଖଲ କରିଥିଲେ। ମାମଲାର ବିଚାରଣା ବେଳେ ୭ଜଣ ସାକ୍ଷୀଙ୍କ ବୟାନ୍କୁ ଭିତ୍ତି କରି ପ୍ରମାଣ ଥିବା ଯୋଗୁଁ କୋର୍ଟ ଅଭିଯୁକ୍ତ ରିଙ୍କୁକୁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣା ପରଠାରୁ ଅଭିଯୁକ୍ତ ଜଣକ ଜେଲ୍ରେ ଥିଲା। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।
ନାବାଳିକା ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲ୍
/sambad/media/post_attachments/wp-content/uploads/2019/08/xtiharjail44444-1566729005.jpg.pagespeed.ic_.Uj21hD7xb3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)