ଆନନ୍ଦପୁର: ୨୦୧୮ ମସିହାରେ ରାମଚନ୍ଦ୍ରପୁର ଥାନା ବରାଙ୍ଗ ଗ୍ରାମରେ ଘଟି ଯାଇଥିବା ଏକ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ମାମଲାର ବିଚାର କରି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଜ୍ୟୋତି ରାଉତ ଅଭିଯୁକ୍ତ କୃଷ୍ଣ ମାଝୀଙ୍କୁ ଦଶବର୍ଷ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଜେଲଦଣ୍ଡ ଶୁଣାଇଛନ୍ତି।
ଜରିମାନା ଅନାଦେୟ ଆଉ ଏକବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ୨୦୧୮ ଡିସେମ୍ବର ୧୪ ତାରିଖ ସଂଧ୍ୟା ୬ଟା ସମୟରେ କୃଷ୍ଣ ସେହିଗ୍ରାମର ଜଣେ ମହିଳାଙ୍କୁ ଘରେ ଏକୁଟିଆ ଥିବାର ସୁଯୋଗନେଇ ଦୁଷ୍କର୍ମ କରିଥିଲେ। ପରେ ସେ ଏନେଇ ଥାନାରେ ଏତଲା ଦେବାପରେ କୃଷ୍ଣଙ୍କୁ ପୁଲିସ୍ ଗିରଫ କରିଥିଲା। ସରକାରୀ ଓକିଲ ଅଶ୍ବନୀ ମଲିକ୍ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/jail-1.jpg)