ହାଟରେ ୧୦ ବର୍ଷର ପିଲା ବିକ୍ରି!

ମା’ର ଅଭିଯୋଗ ପରେ ହଟଚମଟ, ଶିଶୁ ସୁରକ୍ଷା ଅଧିକାରୀଙ୍କ ହସ୍ତକ୍ଷେପ ପରେ ଉଦ୍ଧାର

ହାଟରେ ୧୦ ବର୍ଷର ପିଲା ବିକ୍ରି!

Cumaps.net

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଶାସନପୁରୁଷୋତ୍ତମପୁରରେ ଦଶବର୍ଷର ପିଲାକୁ ବିକ୍ରି ଅଭିଯୋଗ ଆସିବା ପରେ ଆଜି ହଟଚମଟ ସୃଷ୍ଟି ହୋଇଛି।

ପିଲାଟିର ମା’ ସଙ୍ଗୀତା ସିଙ୍କ ଅଭିଯୋଗ ଅନୁଯାୟୀ, ୪ ଦିନ ପୂର୍ବରୁ ତାଙ୍କ ସ୍ବାମୀ ଘନ ବଡ଼ପୁଅକୁ ସାଙ୍ଗରେ ଧରି ଧର୍ମଶାଳା ଥାନା ଅଧୀନ ଆରୁହା ହାଟକୁ ଯାଇଥିଲା। ସେଠାରେ ସେ ଶିଶୁପୁତ୍ରକୁ କାହାକୁ ବିକ୍ରି କରିଦେଇଥିଲେ। ପ୍ରଚୁର ମଦ୍ୟପାନ କରି ହାଟରୁ ଫେରି ଘରେ ଗଣ୍ଡଗୋଳ କରିଥିଲେ। ପୁଅକୁ କାହାକୁ ବିକ୍ରି କରିଦେଇଥିବା କହିଥିଲେ।

ଗୁରୁବାର ଦିନ ସଙ୍ଗୀତା ସ୍ଥାନୀୟ ଲୋକଙ୍କୁ ଏ ବିଷୟରେ କହିବା ପରେ ଗଣମାଧ୍ୟମ ପ୍ରତିନିଧି ଖବର ପାଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଘଟଣା ସମ୍ପର୍କରେ ବଡ଼ଚଣା ଥାନାକୁ ଅବଗତ କରିଥିଲେ। ପୁଲିସ ଏସ୍‌ଆଇ ମହମଦ ସୂରଜ ଏହାର ତଦନ୍ତ କରି ଘନ ସିଙ୍କୁକୁ ଉଠାଇ ଆଣିଥିଲେ। ଘନଙ୍କୁ ସାଙ୍ଗରେ ନେଇ ଜେନାପୁର ଥାନା କାଇଁଚମାଳିଆ ଗାଁର ମାଧବ ମହାନ୍ତିଙ୍କ ଘରୁ ଶିଶୁଟିକୁ ଉଦ୍ଧାର କରିଥିବା ଜଣାପଡ଼ିଛି। ତେବେ, ଘନ ସେଠାରେ କାମ କରୁଥିଲେ ଏବଂ ପିଲାଟିକୁ ଛାଡ଼ି ଯାଇଥିଲା ବୋଲି ଏସ୍‌ଆଇ ମହମ୍ମଦ ସୂରଜ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe